ନୀଳଗିରି ଥାନା ଆଗରିଆ ଗାଁରେ ଲଜ୍ୟା: ଭଉଣୀଙ୍କୁ ଦୁଷ୍କର୍ମ କଲା ଭାଇ

ନୀଳଗିରି : ନୀଳଗିରି ଥାନା ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁରେ ଘଟିଛି ଲଜ୍ୟା । ଭଉଣୀ ଙ୍କୁ ଦୁଷ୍କର୍ମ କରିଛି ଭାଇ। ଯୌନ ପିପାସୁ ଅଭିଯୁକ୍ତ ସମ୍ପର୍କିୟ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି ।

ସୂଚନାଯୋଗ୍ୟ ଧୋବଶିଳା ପଞ୍ଚାୟତ ଅଧିନ ଆଗରିଆ ଗାଁର ଜଗନ୍ନାଥ ସିଂ ତାଙ୍କ ଘରେ କେହିନଥିବାର ସୁଯୋଗରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଉଠିଛି ।

ନାବାଳିକା ଜଣକ ତାଙ୍କର ସମର୍କୀୟ ଭଉଣୀ ବୋଲି ଜଣାପଡିଛି । ପୀଡିତା ଜଣକ ସ୍ଥାନୀୟ ସରପଞ୍ଚଙ୍କୁ ଧରି ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ନୀଳଗିରି ପୋଲିସ । ଡାକ୍ତରୀ ମାଇନା କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Related Posts