ବାତ୍ୟା ଅସାନି : ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି

ହାଇଦ୍ରାବାଦ: ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540 କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ଅସାନି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି ଅସାନି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଆଜି ଭୀଷଣ ବାତ୍ୟାରୁ ଏହା ଦୁର୍ବଳ ହୋଇଛି । ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି ଅସାନି । ଆନ୍ଧ୍ରପ୍ରଦେଶ ମୁଁହା ବାତ୍ୟା ଅସାନି।

ସେପଟେ ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି | ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପଟ୍ଟନମ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୂର୍ବ ଗୋଦାବରୀ, କୃଷ୍ଣା, ପଶ୍ଚିମ ଗୋଦାବରୀ ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅସାନି ପ୍ରଭାବରେ ଉପଡା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।

ଉପକୂଳବର୍ତ୍ତୀ ଅଞ୍ଚଳରେ ୭୫ରୁ ୮୫ କିମି ବେଗରେ ପବନ ସମ୍ଭାବନା ରହିଛି । ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି । ବିଶାଖାପାଟଣାରୁ ଉଡାଣ ଭରିବାକୁ ଥିବା ୨୩ଟି ବିମାନ ବାତିଲ୍ କରାଯାଇଛି । ସେହିଭଳି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନର ଉଡାଣ ବାତିଲ୍ ହୋଇଛି ।

Related Posts