ଜାଲିଆନୱାଲା ବାଗ ଶହୀଦଙ୍କ ଅପୂର୍ବ ସାହସ ଏବଂ ବଳିଦାନ ଆଗାମୀ ପିଢ଼ିକୁ ପ୍ରେରଣା ଦେବ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲିଆନୱାଲା ବାଗ ହତ୍ୟାକାଣ୍ଡରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କ ବଳିଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଟ୍ୱିଟ କରି କହିଛନ୍ତି । ସେପଟେ ୧୩ ଏପ୍ରିଲ ୧୯୧୯ରେ ଅମୃତସରର ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ଘଟିଥିଲା । ତେବେ ସୈଫୁଦ୍ଦିନ କିଚଲେଓତ ଏବଂ ଡ ସତ୍ୟ ପାଲଙ୍କୁ ବ୍ରିଟିଶ ସରକାର ଗିରଫ କରିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି ଜନସମାବେଶର ଆୟୋଜନ କରିଥିଲେ । ଲୋକଙ୍କୁ ଦଣ୍ଡ ଦେବାକୁ ଯାଇ ଆଙ୍ଗଲୋ ଇତ୍ପିଆନ ବ୍ରିଗେଡିୟର ଆରକ.ଇ.ଏଚ ଡାୟର ଜାଲିଆନାୱାଲା ବାଗର ଏକ ମାତ୍ର ପ୍ରବେଶ ପଥରେ ତାଙ୍କର ସୈନ୍ୟଙ୍କୁ ଠିଆ କରାଇ ନିରୀୟ ଲୋକଙ୍କ ଉପରେ ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲା । ଜିଲିଆନାୱାଲା ବାଗର କେବଳ ଗୋଟିଏ ପାଶ୍ୱରେ ବାହାରକୁ ଯିବାର ସୁବିଧା ଥିବାବେଳେ ଏହାର ଅନ୍ୟ ତିନି ପାଶ୍ୱର୍ ବିଲ୍ଡିଂ ଦ୍ୱାରା ଆବଦ୍ଧ ଥିଲା ।

ଫଳରେ ଗୁଳିମାଡ଼ରୁ ରକ୍ଷା ପାଇବା ଅସମ୍ଭବ ଥିଲା । ଡାୟରଙ୍କ ସୈନ୍ୟ ଗୁଳି ଶେଷ ନହେବା ପର୍ଯ୍ୟନ୍ତ ଗୁଳି ଚଳାଇଥିଲେ । ସେପଟେ ଗତବର୍ଷ ଅଗଷ୍ଟ ୨୮ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ନବୀକରଣ ହୋଇଥିବା ଜଲିଆନୱାଲା ବାଗ ସ୍ମାରକକୁ ଉନ୍ମୋଚନ କରିଥିଲେ । ଏବଂ କହିଥିଲେ ଯେ ଏପ୍ରିଲ ୧୩, ୧୯୧୯ ର ସେହି ୧୦ ମିନିଟ ଆମ ସ୍ୱାଧୀନତା ସଂଗ୍ରାମର ଅମର କାହାଣୀ ପାଲଟିଛି, ଯେଉଁଥିପାଇଁ ଆମେ ଅମୃତ ମହୋତ୍ସବ ପାଳନ କରିବାକୁ ସକ୍ଷମ ଅଟୁ। ୧୯୧୯ ମସିହାରେ ଏହି ଦିନ ଜାଲିଆନୱାଲା ବାଗରେ ଶହୀଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି । ସେମାନଙ୍କର ଅପୂର୍ବ ସାହସ ଏବଂ ବଳିଦାନ ଆଗାମୀ ପିଢ଼ିକୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Related Posts