JNU ଆକ୍ରମଣକୁ ନେଇ ମୋଦି ସରକାରଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ: କହିଲେ ଫାଶିବାଦୀଙ୍କ କବ୍‌ଜାରେ ସାରା ଦେଶ !

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଗତକାଲି ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ହଷ୍ଟେଲ ହୋଇଥିବା ହିଂସାକାଣ୍ଡକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ବୟାନ। ଦେଶ ଏବେ ଫାଶିବାଦୀଙ୍କ କବଜାରେ ଥିବା ରାହୁଲ tweet କରି କହିଛନ୍ତି

ରବିବାର ସନ୍ଧ୍ୟାରେ JNU ପରିସରରେ ଛାତ୍ରଛାତ୍ରୀଙ୍କ ଉପରେ ଅଜଣା ମୁଖାଧାରୀଙ୍କ ଦ୍ବାରା ହୋଇଥିବା ଆକ୍ରମଣକୁ କଡ୍ଡା ଶବ୍ଦରେ ନିନ୍ଦା କରିଛନ୍ତି । ସାରା ଦେଶରେ ଏବେ ଏକ ଏକଛତ୍ରବାଦ ଶାସନ ଚାଲିଛି ଯାହାର ପରିଣାମ ଗତକାଲି ଜେଏନୟୁ କ୍ୟାମ୍ପସରେ ଦେଖିବାକୁ ମିଳିଲା ବୋଲି ସେ କହିଥିଲେ । ୫୦ରୁ ଉର୍ଦ୍ଧ ମୁଖାଧାରୀ କ୍ୟାମ୍ପସରେ ପ୍ରବେଶ କରି ଆତର୍କିତ ଭାବରେ ଯେଭଳି ନିରୀହ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କଲେ ତାହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି କି ସାରାଦେଶ ଏବେ ଫାଶିବାଦୀଙ୍କ କବଜାକୁ ଚାଲି ଯାଇଛି । ଏହି ଆକ୍ରମଣରେ 24ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ ହୋଇ ଦିଲ୍ଲୀ ଏମସ୍ ରେ ଚିକିତ୍ସିତ ହେଉଛନ୍ତି । ଛାତ୍ରସଂସଦର ସଭାନେତ୍ରୀ ଆଇଶୀ ଘୋଷ ଗୁରୁତର ଆହତ ହୋଇଛନ୍ତି । ଏହି କୁ ନେଇ ସାରା ଦେଶରେ ତିବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ କଡ୍ଡା ସମାଲୋଚନାର କରି ତାଙ୍କ ଟୁଇଟର ଆକାଉଣ୍ଟରେ ନିନ୍ଦା କରିଛନ୍ତି ।
ଫି ବୃଦ୍ଧି ବିରୋଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ପ୍ରତିବଡ଼କୁ ଭଣ୍ଡୁର କରିବାକୁ ରବିବାର ରାତିରେ କେତେ ଜଣ ମୁଖଧାରୀ ହଠାତ କ୍ୟାମ୍ପସ ଭିତରେ ପସି ରଡ ଏବଂ ବାଡିରେ ଛାତ୍ରୀଛାତ୍ର ଏବଂ ପ୍ରଫେସରମାନଙ୍କୁ ଅତର୍କିତ ଆକ୍ରମଣ କରିବା ସହ ହଷ୍ଟେଲର କାଚ ଝରକା ଏବଂ ଚେୟାର ଟେବୁଲ ଭାଙ୍ଗଥିଲେ ।

ଆକ୍ରମଣରୁ ବାଦ ପଡିନାହାନ୍ତି JNUର ମହିଳା ଫାକଲ୍ଟି ସୁଚିତ୍ର ସେନ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଅନ୍ୟପଟେ ଏହି ଆକ୍ରମଣ ଘଟଣାରେ AVBPର ଜଣେ ନେତ୍ରୀ ସାମିଲ ଥିବା କୁହାଯାଉଛି। ଉକ୍ତ ଛାତ୍ରୀଙ୍କ ଆକ୍ରମଣ ବେଳର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଛାତ୍ରୀ ଜଣଙ୍କ ମୁହଁରେ କପଡା ବାନ୍ଧି ମୁଖଧାରୀଙ୍କ ସହ ହାତରେ ବାଡ଼ି ଧରି ଧମକ ଦେଉଥିବାର ଜଣାପଡୁଛି। ଏହାକୁ ନେଇ ଏବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ଟାର୍ଗେଟ କରିଛନ୍ତି ବାମପନ୍ଥୀ ଛାତ୍ର ସଂଗଠନର ଛାତ୍ରଛାତ୍ରୀମାନେ।

Related Posts