ଜନ୍ମ କଲା ବାପା ହାତରେ ଚାଲିଗଲା ପୁଅର ଜୀବନ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବୁଚକୁ ପଡା ପଞ୍ଚାୟତର ହାତୀ ଧରସା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ବାପର ଟାଙ୍ଗିଆ ଚୋଟ ରେ ଆଖି ବୁଜିଛି ପୁଅ । ମୃତକ ଜଣକ ଅଜିତ ଏକ୍କା (୩୦) ହୋଇଥିବା ବେଳେ ହତ୍ୟାକାରୀ ବାପ ସାଧୁ ଏକ୍କା କୁ ପୁଲିସ ଗିରଫ କରିଛି ।

ସୂଚନା ମୁତାବିକ ଆଜି ସନ୍ଧ୍ୟା ୮ ଟା ସମୟରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ବୁଚକୁପଡା ପଞ୍ଚାୟତ ର ହାତୀ ଧରସା ଗ୍ରାମ ର ଜାତେ ପଡା ରେ ବାସିନ୍ଦା ସାଧୁ ଏକ୍କା ଙ୍କ ମଝିଆ ପୁଅ ଅଜିତ ଏକ୍କା ଆଜି ସନ୍ଧ୍ୟା ସମୟରେ ସୋନାଖାନ ଗ୍ରାମ ବଜାର ରୁ ବଜାର ସାରି ଘରକୁ ଫେରିଥିଲେ । ଘର ଅଗଣା ରେ ଚୁଲି ଜାଳି ବଜାର ରୁ କିଣି ଆଣିଥିବା ମାଛ ଭାଜୁଥିବା ସମୟରେ ବାହାରୁ ବାପ ସାଧୁ ଏକ୍କା ଏକ ଟାଙ୍ଗିଆ ଧରି ଘରକୁ ପ୍ରବେଶ କରିବା ସମୟରେ ସାଧୁ ଧରି ଥିବା ଟାଙ୍ଗିଆ ରେ ମାଛ ଭାଜୁଥିବା ଅଜିତ ଉପରକୁ ଅତର୍କିତ ଆକ୍ରମଣ କରିଥିଲା । ଟାଙ୍ଗିଆ ରେ ଚୋଟପରେ ଚୋଟ ମାରିବା ଫଳରେ ଅଜିତ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଏହା ଦେଖି ଘର ଭିତରେ ଥିବା ଅଜିତ ର ସ୍ତ୍ରୀ ସାହି ପଡ଼ିଶା ଲୋକଙ୍କୁ ଡାକ ପକାଇଥିଲେ ।ସାହି ପଡ଼ିଶା ଲୋକ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସାଧୁ ଏକ୍କା କୁ ମାଡ଼ି ବାନ୍ଧି ପକାଇ ପୁଲିସ କୁ ସୂଚନା ଦେଇଥିଲେ । ପୁଲିସ ଘଟଣା ର ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନୃଶଂସ ହତ୍ୟାକାରୀ ବାପା ସାଧୁ ଏକ୍କା (୬୫)କୁ ଗିରଫ କରିଛି ।

ହତ୍ୟା କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଏହି ଲୋମ ହର୍ଷଣ କାରୀ ହତ୍ୟା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲିଟିଛି । ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।

Related Posts