ସାତ ବର୍ଷର ମୃତ ଝିଅକୁ କାନ୍ଧରେ ଧରି ଦୀର୍ଘ ୧୦ କିଲୋମିଟର ଚାଲିଲେ ବାପା; ଭାଇରାଲ ହେବାରେ ଲାଗିଛି ଭିଡିଓ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛତିଶଗଡର ସୁରଗୁଜା ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ସାତ ବର୍ଷର ଝିଅର ଶବକୁ କାନ୍ଧରେ ବୋହି ନେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ଏହି ଭିଡିଓର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓରେ ସାତ ବର୍ଷର ଝିଅର ଶବକୁ କାନ୍ଧରେ ବୋହି ନେଇଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ସେ ତାଙ୍କ ଘର ଅମଦାଲାରେ ପହଞ୍ଚିବା ପାଇଁ ପାଦରେ ପ୍ରାୟ ୧୦ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅମ୍ବିକାପୁରରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସିଂ ଦେଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଅନ୍ୟପଟେ ଅଧିକାରୀଙ୍କ କହିବା ଅନୁଯାୟୀ ଶୁକ୍ରବାର ଦିନ ଲଖନପୁର ଗ୍ରାମ ସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟରରେ ଉକ୍ତ ଝିଅର ମୃତ୍ୟୁ ହୋଇଥିଲା ।

କାରଣ ଆମ୍ବୁଲାନ୍ସ ସେଠାରେ ପହଞ୍ଚିବାକୁ ବିଳମ୍ବ କରିଥିଲା । ଏହି ଯୋଗୁଁ ଝିଅର ବାପା ମୃତଦେହ କାନ୍ଧରେ ବୋହିକି ନେଇଯାଇଥିଲେ । ଏହାକୁ ନେଇ କହିଛନ୍ତି କି ମୃତ୍ୟୁବରଣ କରିଥିବା ଝିଅର ନାମ ସୁରେଖା। ସେ ଅମଦାଲା ଗାଁର ବାସିନ୍ଦା । ଝିଅର ବାପା ଇଶ୍ୱର ଦାସ ତାଙ୍କର ଅସୁସ୍ଥ ଝିଅକୁ ଲଖନପୁର ସିଏଚ୍ସିକୁ ଆଣିଥିଲେ । ସେତେବେଳେ ଝିଅଟିର ଅମ୍ଳଜାନ ସ୍ତର ପ୍ରାୟତଃ ୬୦ ଥିଲା। ପରିବାରଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ଝିଅଟିକୁ ଜ୍ୱର ହୋଇଥିଲା। ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଥିଲେ, କିନ୍ତୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ହେବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣିଥିଲେ ହେଲେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଖବର ଟି ସାମ୍ନାକୁ ଆସିବା ପରେ ବତ୍ତର୍ମାନ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts