ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍‌ର ବୈଠକରେ ବଡ଼ ନିଷ୍ପତ୍ତି: ଆଉ 3 ମାସକୁ ବୃଦ୍ଧି ରାଜ୍ୟରେ ମାଗଣା ରେସନ୍‌ ଯୋଜନା

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଂକ ଆରମ୍ଭ ହୋଇଛି ନୂଆ ଇନିସ । ସେପଟେ ଆଜି ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍‌ର ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଆଉ ୩ ମାସ ପାଇଁ ମାଗଣା ରେସନ୍‌ ଯୋଜନା ବଢ଼ାଇବା ପାଇଁ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ଶୁକ୍ରବାର ଦିନ ଦ୍ବିତୀୟ ପାଳିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ଯୋଗୀ ଆଦିତ୍ୟନାଥଙ୍କର ପ୍ରଥମ ନିଷ୍ପତ୍ତି। ଏହି ଯୋଜନାରେ ୨୦୨୨ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଲୋକେ ମାଗଣା ରେସନ୍‌ ପାଇବେ।

ଲକ୍ଷ୍ନୌରେ ଏ ବିଷୟ ଘୋଷଣା କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମାର୍ଚ ୩୧ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ‌ଅନ୍ନ ଯୋଜନା’ ପରିବର୍ଦ୍ଧନ କରିବା ଲାଗି ଆମେ ସ୍ଥିର କରିଛୁ। ଏହାଦ୍ବାରା ରାଜ୍ୟର ୧୫ କ‌ୋଟି ଜନତା ଉପକୃତ ହେବେ।

ଏହି ଯୋଜନାରେ ପ୍ରତି ପରିବାରକୁ ମାସକୁ ଅତିରିକ୍ତ ୫ କିଲୋଗ୍ରାମ୍‌ ଖାଦ୍ୟାଶସ୍ୟ ମିଳିବ। ୨୦୨୦ରେ ମହାମାରୀ ବ୍ୟାପିବା ବେଳେ କେନ୍ଦ୍ର ସରକାର ପ୍ରଥମେ ଏହି ଯୋଜନ ଆରମ୍ଭ କରିଥିଲେ। ଚଳିତ ବର୍ଷ ମାର୍ଚ ୩୦ ତାରିଖରେ ଏହି ଯୋଜାନା ଶେଷ ହୋଇଥାଆନ୍ତା।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆହୁରି ମଧ୍ୟ କହିଛନ୍ତି, ଏହା ହେଉଛି ନୂଆ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତ୍ତି, ଯାହାକୁ ସାଧୁତାର ସହ ପ୍ରଣୟନ କରାଯିବ।

Related Posts