କେରଳରେ ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ୍‌ ହେବା ଘଟଣା କୁ ନେଇ ନିର୍ମାଣ ହେବ ଫିଲ୍ମ୍, ନିର୍ମାତାଙ୍କ ପକ୍ଷରୁ ଏକ ସର୍ଟ ଟିଜର୍‌ ଜାରି

ଦ କାଶ୍ମୀର ଫାଇଲ୍ସ ଫିଲ୍ମ୍ କୁ ନେଇ ଏବେ ସବୁ ଆଡେ ଜୋର୍ ଧରିଛି ଚର୍ଚ୍ଚା । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ବଲିଉଡ୍‌ ଫିଲ୍ମ । ଏହି ଫିଲ୍ମ୍ ଏବେ ଟ୍ରେଣ୍ଡ୍‌ର ଆରମ୍ଭ କରିଦେଇଛି । କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଏହି ଫିଲ୍ମ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଉଛି । ଏପରି ଫିଲ୍ମ ପରେ କେରଳରେ ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ୍‌ ହୋଇଯିବା ଘଟଣା ଏବଂ ଏହା ପଛରେ ଆତଙ୍କୀ ସଂଗଠନ ISISର ହାତ ଥିବାର ସନ୍ଦେହକୁ ନେଇ ଏକ କାହାଣୀ ବଡ଼ ପରଦାରେ ରିଲିଜ୍‌ ହେବା ନେଇ ସୂଚନା ମିଳୁଛି ।

ଏହି ଫିଲ୍ମର ନାମ ଦ କେରଳ ଷ୍ଟୋରୀ ରଖାଯିବ । ଯାହାର ନିର୍ଦ୍ଦେଶନା ସୁଦିପ୍ତ ସେନ୍‌ ଦେବେ । ମଙ୍ଗଳବାର ଏହି ଫିଲ୍ମକୁ ନେଇ ଘୋଷଣା ହୋଇଛି । ଫିଲ୍ମରେ ହ୍ୟୁମାନ୍‌ ଟ୍ରାକିଂ, ଆଇଏସ୍‌ଆଇଏସ୍‌ ଦ୍ୱାରା ଝିଅମାନଙ୍କୁ ଉଠାଇ ନିଆଯିବା, ସେମାନଙ୍କୁ ତାଙ୍କର ସଦସ୍ୟଙ୍କ ସହ ବିବାହ କରାଇବା, ଧର୍ମ ପରିବର୍ତ୍ତନ କରାଇବା ଆଦି ମୁଦ୍ଦା ରହିବ ।

ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏକ ସର୍ଟ ଟିଜର୍‌ ଜାରି କରାଯାଇଛି । ଯେଉଁଥିରେ କେରଳରେ ହେଉଥିବା ହଜାର ହଜାର ଝଅଙ୍କ ତସ୍କରୀ ଏବଂ ଅବୈଧ ବ୍ୟାପାର ସମ୍ୱନ୍ଧରେ ଦେଖାଯାଇଛି । ଟିଜର ମୁତାବିକ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ୩୨ ହଜାରରୁ ଅଧିକ ମହିଳାଙ୍କ ଅପହରଣ ହୋଇଛି । ଏହି ଠାରୁ ହିଁ କେରଳକୁ ଏକ ଇସ୍‌ଲାମିକ୍‌ ରାଜ୍ୟରେ ବଦଳାଇବା ପାଇଁ ଅବିଯାନ ମଧ୍ୟ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେରଳରେ ଏହିପରି ଘଟଣା ଏକ ଦଶକରୁ ମଧ୍ୟ ଅଧିକ ବର୍ଷ ଧରି ଦେଖିବାକୁ ମିଳୁଛି । ଏହା ଉପରେ ଫିଲ୍ମ ନିର୍ମାତା ଲମ୍ୱା ସମୟ ଧରି ରିସର୍ଚ୍ଚ କରିଥିବା କୁହାଯାଉଛି ।

ଅନ୍ୟପଟେ ଦ କାଶ୍ମୀର ଫାଇଲ୍ସ ଫିଲ୍ମ୍ କୁ ନେଇ ଦର୍ଶକ ଯେତେ ପ୍ରଶଂସା କରୁଚନ୍ତି ସେତେ ରାଜନୀତି ଜୋର ଧରିଛି । ଶାସକ ଓ ବିରୋଧି ମହାମୁହି ହେବା ସହ ପରସ୍ପର ଉପରକୁ ଦୋଷାରୋପ କରିବାରେ ଲାଗିଛନ୍ତି ।

Related Posts