ପୌର ନିର୍ବାଚନ ପାଇଁ ମହାନଗର ନିଗମର ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌରନିର୍ବାଚନ ଉପରେ ରହିଛି ସମସ୍ତଙ୍କର ନଜର । ଏହା ମଧ୍ୟରେ ପୌର ଭୋଟ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁରର ସରକାରୀ କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା ହୋଇଛି ।

ଭୋଟ ପାଇଁ ମୋଟ ୩ ଦିନ ଛୁଟି ମିଳିବ । ଅନ୍ୟ ୧୦୬ ସହରାଞ୍ଚଳ କର୍ମଚାରୀଙ୍କୁ ମଧ୍ୟ ଛୁଟି ମିଳିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts