ଆଦିବାସୀଙ୍କ କଲ୍ୟାଣ ପଇସାରେ ପୋଷା ଚାଲିଛି ବାହାର ରାଜ୍ୟର ଠିକାଦାରୀ ସଂସ୍ଥ।

ଖେଳ ୫୦୦୦ କୋଟି ଟଙ୍କାର ମେଗା ଜଳ ଯୋଗାଣ ପ୍ରକଳ୍ପ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟର ଚାରୋଟି ପ୍ରମୁଖ ଖଣି ପ୍ରଭାବିତ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ମୟୁରଭଞ୍ଜ ରେ ପାଇପ ଯୋଗେ ଆଦିବାସୀଙ୍କୁ ପିଇବା ପାଣି ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଥିବା ୧୮ଟି ପ୍ରକଳ୍ପ କୁ ରାଜ୍ୟ ସରକାର ବାହାର ରାଜ୍ୟର ଚାରୋଟି ଠିକାଦାରୀ ସଂସ୍ଥା L &T limited, Chennai, Nagarjuna construction company, Hyderabad, Mega Engineering & Infrastructure Limited Hyderabad, Voltas limitedକୁ ଦେଇଛନ୍ତି । ଓଡିଶାର କୌଣସି ଗୋଟିଏ ବି ଠିକାଦାରୀ ସଂସ୍ଥା ବା ଠିକାଦାରଙ୍କୁ ଏହି ପ୍ରକଳ୍ପ ଦିଆଯାଇ ନାହିଁ । ସବୁଠାରୁ ବଡ ପ୍ରଶ୍ନ , କେବଳ ସାଉଥ୍ ଇଣ୍ଡିଆ ର ସଂସ୍ଥାମାନେ କିଭଳି ଏହି ସବୁ ବଡ ବଡ ପ୍ରୋଜେକ୍ଟ ର କାମ ପାଇବାରେ ସକ୍ଷମ ହେଲେ? ଏହି ସବୁ ସଂସ୍ଥାଙ୍କୁ ବାଛିବା ପ୍ରକ୍ରିୟା ସେଫ୍ ନା ଅନ୍ୟ କିଏ କିପରି ନିଯୁକ୍ତି କରିଛି , ତାହା ଖୋଳତାଡ଼ ହେବା ଜରୁରୀ ବୋଲି ଖରସ୍ରୋତା ବଞ୍ଚାଅ ଅଭିଯାନ ର ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଦାବି କରିଛନ୍ତି।

ପୁଣି ଏହି ସବୁ ପ୍ରକଳ୍ପ ଗୁଡିକ ପାଇଁ ହାରାହାରି ୪୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ତ ଅର୍ଥ OMBADC( Odisha Mineral Bearing Area development Corporation) fundରୁ ଖର୍ଚ୍ଚ କରାଯାଉଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶକ୍ରମେ , ଓଡିଶା ସରକାର ଏହି ସଂସ୍ଥା OMBADC ଗଠନ କରିଥିଲେ । ରାଜ୍ୟରେ ଖଣି ଲିଜଧାରୀ ମାନଙ୍କ ଦ୍ୱାରା ହୋଇଥିବା ବ୍ୟାପକ ଖଣିଚୋରି , ପରିବେଶ ଆଇନର ଉଲଂଘନ ସମ୍ପର୍କିତ ଅଭିଯୋଗ ର ଶୁଣାଣି କରି ସୁପ୍ରିମକୋର୍ଟ Writ Case no. ୧୧୪/୨୦୧୪ ର ଶୁଣାଣି କରି ୨୦୧୭ ମସିହାରେ ୧୭,୦୦୦କୋଟି ଟଙ୍କାର Penalty ଖଣି ମାଲିକ ମାନଙ୍କ ଠାରୁ ଆଦାୟ କରି ଏକ ସ୍ୱତନ୍ତ୍ର ସଂସ୍ଥା ( SPV) ରେ ଡିପୋଜିଟ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ନିର୍ଦ୍ଧେଶନାମା ସ୍ୱରୂପ OMBADC ସଂସ୍ଥାରେ ଏହି Penalty ଅର୍ଥ ପଇଠ ହୋଇଥିଲା । ଖଣି ପ୍ରଭାବିତ ଜିଲ୍ଲା ଗୁଡିକରେ ସ୍ଥାନୀୟ ଅଧିବାସୀ ମୁଖ୍ୟତଃ ଆଦିବାସୀ ମାନଙ୍କର ବିକାଶ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଧେଶ ଦେଇଥିଲେ । ଅଥଚ ରାଜ୍ୟ ସରକାର ଏହି ଅର୍ଥକୁ ମନଇଚ୍ଛା ସ୍ଥାନୀୟ ଅଧିବାସୀ ବା ସିଭିଲ ସୋସାଇଟି ସହିତ ପରାମର୍ଶ ନକରି ବଡ ପ୍ରକଳ୍ପ କରିବା ନାଁ ରେ ବାହାର ରାଜ୍ୟର ସଂସ୍ଥା ମାନଙ୍କୁ ନିଯୁକ୍ତି ଦେଇ ଏହି ଅର୍ଥ ଲୁଟ ପାଇଁ ଲାଗିପଡିଛନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ର ଆବାହକ ପ୍ରଦିପ ପ୍ରଧାନ ଅଭିଯୋଗ କରିଛନ୍ତି। ଯେଉଁଥିପାଇ ରାଜ୍ୟ ଅମଲାମାନେ South Indiaର ବଡ ବଡ ଠିକାଦାରୀ ସଂସ୍ଥା ମାନଙ୍କୁ ଆଣି ଏହି ବଡ ବଡ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ଦେଇଛନ୍ତି । ଏହି ପ୍ରକଳ୍ପର ଭବିଷ୍ୟତ କଣ ହେବ ଏବଂ କେତେଦୂର ଲୋକଙ୍କୁ ପିଇବା ପାଣି ନି ହୁଦେଇ ପାରିବ , ତାହା ସବୁଠାରୁ ବଡ଼ ପ୍ରଶ୍ନ । କିନ୍ତୁ ଗୋଟିଏ ଲାଭ ହେବ , ଏହି ଭଳି ପ୍ରୋଜେକ୍ଟ ଦ୍ୱାରା ଠିକାଦାରୀ ସଂସ୍ଥା ଓ ଅମଲାମାନେ ମାଲେ ମାଲ ହେବେ ବୋଲି ସିଭିଲ ସୋସାଇଟି ନେତା ଆଡଭୋକେଟ ସୁଧୀର ମହାନ୍ତି କହିଛନ୍ତି।
ଅନ୍ୟପଟେ ସରକାରଙ୍କ ଯୁକ୍ତି ହେଲା ଜରୁରୀ ତଥା ଜନକଲ୍ୟାଣମୁଖୀ ପ୍ରକଳ୍ପ ପାଇଁ ଓମାବାସି ପାଣ୍ଠି ରୁ ଅର୍ଥ ଅଣା ଯାଇଛି ଯାହାକୁ ସରକାର ଫେରେଇଦେବେ। ତାଛଡ଼ା ଠିକାଦାର ନିଯୁକ୍ତି ସମ୍ପୂର୍ଣ ସ୍ବଚ୍ଛତା ର ସହ କରାଯାଇଛି ଏବଂ ଟେଣ୍ଡର ପ୍ରକ୍ରିୟା ନିୟମାନୁଯାୟୀ ହୋଇଛି।

Related Posts