ରାତି ୯ରୁ ଦୈତନଗରୀରେ ୧୪୪ ଧାରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ରାତି ୯ଟାରୁ ସକାଳ୫ଟା ପର୍ଯ୍ୟନ୍ତ ଦୈତନଗରୀ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ବଳବତ୍ତର ରହିବ । ଅଜି ଠାରୁ ରାତ୍ରୀକାଳୀନକର୍ଫ୍ୟୁ ଲାଗୁ ହେଉଥବା ବେଳେ ୧୪୪ ଧାରା ଲାଗୁ ହେବ । ଏନେଇ ପୁଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ସେବା ଉପରେ ରୋକ୍ ଲଗାଯାଇଛି । କମିଶନର୍‌ଙ୍କ ସୂଚନା ମୁତାବକ କର୍ଫ୍ୟୁ ସମୟରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ବ୍ୟାପକ ପୋଲିସ ମୁତୟନ ହେବେ । ଭୁବନେଶ୍ୱରର ପ୍ରାୟ ୨୫ ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଥିବା ବେଳେ ୩୫ଟି ପିସିଆର ଓ ୧୫ଟି ମନିଟରିଂ ପିସିଆର ସହରରେ ପେଟ୍ରୋଲିଂ କରିବ । ୧୦ ପ୍ଲାଟୁନ ପୁଲିସ ଫୋର୍ସ ୬୦ରୁ ଅଧିକ ପୁଲିସ ଅଧିକାରୀ ଏହି ସମୟରେ ଡ୍ୟୁଟି କରିବେ ।ମେଡିକାଲ ,ଗଣମାଧ୍ୟମ, ପେଟ୍ରୋଲ ପମ୍ପ କର୍ମଚାରୀ ନିଜ ସଂସ୍ଥା ଦ୍ୱାରା ପ୍ରଦତ ପରିଚୟ ପତ୍ର ଦେଖାଇ ଯାଅ ଆସ କରିପାରିବେ ।ଏହା ସହ ରେଳଷ୍ଟେସନ ଓ ବିମାନ ବନ୍ଦର ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ଦିଆଯାଇଛି । ସପେଟେ କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସରକାର କଟକଣାକୁ କଡାକଡି କରିଛନ୍ତି । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜି ଠାରୁ ସଂଧ୍ୟା ୬ଟାରୁ ସକାଳ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ଏହି ସବୁ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ବୋଲି ଘୋଷଣା କରାଯାଇଛି ।

Related Posts