କରାେନା ପାଇଁ ସ୍କୁଲ ପିଲାଙ୍କ ସିଲାବସ୍ ୩୦ ପ୍ରତିଶତ ହ୍ରାସ ନେଇ ସରକାରଙ୍କ ସୂଚନା

ମହାମାରୀ କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍କୁଲ ଓ କଲେଜ ଖୋଲା ଯାଇନାହିଁ କିମ୍ୱା ଶିକ୍ଷାଦାନ ଆରମ୍ଭ ହୋଇପାରିନାହିଁ । କରୋନା ସଂକ୍ରମଣ ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କେବେ ସ୍କୁଲ ଖୋଲିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁ ନାହିଁ । ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦% ପାଠ୍ୟକ୍ରମ ବା​‌ ସିଲାବସରେ ହ୍ରାସ କରିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦% ସିଲାବସ ହ୍ରାସ କରାଯାଇଥିବା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

୩ଟି କମିଟିର ସୁପାରିଶ ଆଧାରରେ ସିଲାବସ ହ୍ରାସ କରାଯାଇଛି । ତେବେ ଏ ସଂପର୍କୀତ ବିସ୍ତୃତ ତଥ୍ୟ ତଥା ନୂଆ ସିଲାବସ ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Posts