ପୂର୍ବତନ ଅଧ୍ୟକ୍ଷାଙ୍କୁ ବେଶ୍ୟା କହିଲେ ବରୀ ବିଧାୟିକା ; ଥାନାରେ ଏତଲା

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ବରୀର ଦୁଇ ନାରୀ ନେତ୍ରୀ ହୋଇଛନ୍ତି ମୁହାଁମୁହିଁ । ଉଭୟ ନାରୀ ନେତ୍ରୀ ଉଭୟଙ୍କ ଉପରେ ଗଣମାଧ୍ୟମରେ ଦୋଷାରୋପ କରିଛନ୍ତି । ଯାହାକୁ ନେଇ ବରୀ ରାଜନୀତି ଏକ ପ୍ରକାର ସରଗରମ ହୋଇପଡ଼ିଛି । ବରୀ ବ୍ଲକର ପୁରାତନ ଅଧ୍ୟକ୍ଷା ଭାରତୀ ବେହେରା ବିଜେଡ଼ିରେ ଏକ କାର୍ଯ୍ୟକ୍ରମରେ ବରୀ ବିଧାୟକା ସୁନିନ୍ଦା ଦାସ ଏବଂ ତାଙ୍କ ସ୍ୱାମୀ ଅଶାଳୀନ ମନ୍ତବ୍ୟ ଦେଇ ତାଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ଆଣି ଥାନାରେ ଏତେଲା ଦାୟର କରିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗକୁ ବିଧାୟିକା ଖଣ୍ଡନକରି କହିଛନ୍ତି ଯେ ମୁଁ କାହାକୁ କିଛି ଆକ୍ଷେପ କରି କହିନି । ମୁଁ କହିଥିଲି ମୋ ପଂଚାୟତ ବରୀ, ମୋ ବ୍ଲକ ବରୀ , ମୋ ନିର୍ବାଚନ ମଣ୍ଡଳୀ ବରୀ, ମୁଁ ବରୀର ଝିଅ କାହାକୁ ଯିବିନି ଡ଼ରି, ଚଳିବନି ଏଠି ଗୁଣ୍ଡାଗିରି କୀ ବେଶ୍ୟାଗିରି । ତେଣୁ ଏହାକୁ ବ୍ୟକ୍ତିଗତ ଭାବେ ଯିଏ ଯାହା ଦେହକୁ ଟାଣୁଛି ମୋର ସେଥିରେ କୌଣସି ମନ୍ତବ୍ୟ ଦେବାର ନାହିଁ ବୋଲି ଗଣମାଧ୍ୟମକୁ ସଫା ସଫା କହିଛନ୍ତି ।

ବିଧାୟିକା ନିଜ ସଫେଇରେ ଯାହା କୁହନ୍ତୁ ନା କାହିଁକି ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତି ବେହେରା କିନ୍ତୁ ଅଭିଯୋଗ କରିଛନ୍ତି ବିଧାୟିକା ଏବଂ ତାଙ୍କ ସ୍ୱାମୀ ତାଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ନିଜ ବାସଭବନରେ ସାମ୍ବାଦିକଙ୍କୁ ସୂଚନା ଦେଇ ଭାରତୀ କହିଛନ୍ତି ଯେ, ବରୀ ପଂଚାୟତରେ ଗତ ୧୯ ତାରିଖ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମିଶ୍ରଣ ପର୍ବରେ ବରୀ ବିଧାୟିକାଙ୍କ ସ୍ୱାମୀ ପରୋକ୍ଷରେ ମୋତେ ବ୍ୟକ୍ତିଗତ ଭାବେ ଆକ୍ଷେପ କରି ଅଶାଳୀନ ଭାଷାରେ କହିଥିବା ମୁଁ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଲି । ଭିଡ଼ିଓରେ ମୋତେ ଘାଟିଆର ସ୍ତ୍ରୀ, ମୁଁ ସ୍ୱାମୀ ଛଡ଼ା; ମୋର ବ୍ୟକ୍ତିଗତ ଉନ୍ନତି ହୋଇଛି ପ୍ରଭୂତି । ବିଧାୟିକା ନିଜେ ଜଣେ ନାରୀ ହୋଇ ଅନ୍ୟ ଜଣେ ନାରୀକୁ ସର୍ବସମ୍ମୁଖରେ ଆକ୍ଷେପ କରିବା କେତେଦୂର ଠିକ୍ ତାହା ବରୀ ବାସୀ ବିଚାର କରିବେ ବୋଲି ଭାରତୀ କହିଛନ୍ତି ।

“ମୁଁ ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳରେ କାର୍ଯ୍ୟ କରି ଆସୁଅଛି । ୨୦୦୨ – ୦୭ ପର୍ଯ୍ୟନ୍ତ ମଧୁସୂଦନ ପଂଚାୟତରେ ସରପଂଚ ଭାବେ କାର୍ଯ୍ୟ କରିଛି । ୨୦୦୭ – ୧୭ ମସିହା ପର୍ଯ୍ୟନ୍ତ ବରୀ ପଂଚାୟତର ସମିତିସଭ୍ୟା ହୋଇ ବରୀ ପଂଚାୟତ ସମିତିରେ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରୁଥିଲି । ଏବେ ମୁଁ ଧାରପୁର ପଂଚାୟତରେ ସମିତିସଭ୍ୟ ଭାବେ କାର୍ଯ୍ୟ କରୁଛି । ମୁଁ ଲୋକଙ୍କ ସେବା କରିଛି ଏବେ ବି କରୁଛି ଆଗାମୀ ଦିନରେ ମଧ୍ୟ କରିବି । ବିଜୁ ଜନତା ଦଳରେ ଥିଲି ଏବେ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବି । ବିଧାୟିକା ବିଭିନ୍ନ ଦଳ ପରିୀବର୍ତ୍ତନ କରି ବିଜେଡ଼ିକୁ ଫେରିଛନ୍ତି । ଏକକାଳୀନ ଦୀର୍ଘ ମିଆଦି ହୋଇ ଏକ ଦଳରେ କେତେ ଦିନ ରହିଛନ୍ତି ବିଧାୟିକା ଜୋର ଦେଇ କହିପାରିବେ ବୋଲି ଭାରତୀ ବିଧାୟିକାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ”ା

ମୁଖ୍ୟମନ୍ତ୍ରୀ ଗାଁକୁ କାମ ମା’ କୁ ମମ୍ମାନ ନାରା ଦେଉଛନ୍ତି । ସେହି ଦଳର ଜଣେ ବିଧାୟିକା ମା’ ମାନଙ୍କୁ ଏଭଳି ଅସମ୍ମାନ କରିବା କେବେ ବି ଶୋଭନୀୟ ନୁହେଁ । ଏହାର ବିଚାର ମୁଖ୍ୟମନ୍ତ୍ରୀ କରନ୍ତୁ ବୋଲି ଭାରତୀ ହାତ ଯୋଡ଼ି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ମୋର ନ୍ୟାୟ ଦରକାର ; ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମୁଁ ଏସପି, ଡ଼ିଜି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାସ୍ଥ ହେବିବୋଲି ଭାରତୀ ଥାନାରେ ଏତେଲେ ପରେ ଚେତାବନୀ ଦେଇଛନ୍ତି । ବିଧାୟିକା ଏବଂ ପୁରାତନ ଅଧ୍ୟକ୍ଷାଙ୍କର ଏହି ବିବାଦ ବରୀ ଅଂଚଳରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

Related Posts