ଜିଡ଼ିପି ଅପେକ୍ଷା ସରକାର ଡିପି କୁ ନେଇ ଅଧିକ ଚିନ୍ତିତ; ମହୁଆ ମୋଇତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ର ଶୁକ୍ରବାର ଲୋକସଭାରେ ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ୍ ବିଷୟରେ ଆଲୋଚନା ବେଳେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରିବା କେନ୍ଦ୍ର ସରକାରଙ୍କର ଏକ ଅଭ୍ୟାସ ହୋଇ ଗଲାଣି। “ଉଦାହରଣ ସ୍ୱରୂପ, ଯେତେବେଳେ ସରକାର ଦେଶର ଜିଡିପି ( GDP ) ଉପରେ ଧ୍ୟାନ ଦେବା କଥା, ସେତେବେଳେ ସରକାର ଆମ ଡିପି (DP) ଉପରେ ଧ୍ୟାନ ଦେଉଛନ୍ତି। ସରକାର ବର୍ତ୍ତମାନ GDP ରୁ G କୁ ଭୁଲିଯାଇ DP କୁ ନେଇ ଅଧିକ ଚିନ୍ତିତ ଅଛନ୍ତି।”

ଏହା ସହ ଶକ୍ତି ସଂରକ୍ଷଣ (ସଂଶୋଧନ) ବିଲ୍ ସଂପର୍କରେ ମହୁଆ କହିଛନ୍ତି “ବର୍ତ୍ତମାନ ଦେଶରେ ଉତ୍ପାଦିତ ହାଇଡ୍ରୋଜେନର ୯୫ ପ୍ରତିଶତ ଧୂସର ହାଇଡ୍ରୋଜେନ ଅଟେ, ଯାହା ପ୍ରାକୃତିକ ଗ୍ୟାସରୁ ଆସିଥାଏ, ତେଣୁ ପରିବହନ ଏବଂ ବ୍ୟବହାର ପାଇଁ ବୈଷୟିକ ଆହ୍ବାନ ରହିଛି। ସବୁଜ ହାଇଡ୍ରୋଜେନ ସ୍ପେସରେ ଏକ ପ୍ରମୁଖ ଅନୁସନ୍ଧାନ ଏବଂ ବିକାଶ ପ୍ରୟାସ ଆବଶ୍ୟକ | ୯୫ ପ୍ରତିଶତ ଧୂସର ହାଇଡ୍ରୋଜେନରୁ ସବୁଜ ହାଇଡ୍ରୋଜେନକୁ ସ୍ଥାନାନ୍ତର କରିବା ସହଜ ହେବ ନାହିଁ। ”

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଦେଶର ସମସ୍ତ ନାଗରିକଙ୍କୁ ନିଜ ଡିପି ରେ ତ୍ରିରଙ୍ଗା ଲଗାଇବାକୁ ଅନୁରୋଧ କରିଥିଲେ। ଏହାକୁ ଟାର୍ଗେଟ କରି ମହୁଆ ଏଭଳି ମନ୍ତବ୍ୟ ଦେଇଛନ୍ତି।

Related Posts