ଶିବସେନା ମୁଖପତ୍ର ସାମନାରେ ସିନ୍ଦେଙ୍କୁ ଟାର୍ଗେଟ୍; “ଗତ ଦୁଇ ମାସରେ ରାଜ୍ୟର ସ୍ୱାସ୍ଥ୍ୟ ଖରାପ କରିଥିବା ବ୍ୟକ୍ତି ଏବେ ନିଜେ ଅସୁସ୍ଥ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ନିଜର ମୁଖପତ୍ର ସାମନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରିଛି । ଶିବସେନା ନିଜର ମୁଖପତ୍ରରେ ସିନ୍ଦେ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ସମାଲୋଚନା କରି ସମ୍ପାଦକୀୟରେ କୁହାଯାଇଛି ଯେ, ଗତ ଦୁଇ ମାସରେ ରାଜ୍ୟର ସ୍ୱାସ୍ଥ୍ୟ ଖରାପ କରିଥିବା ବ୍ୟକ୍ତି ବର୍ତ୍ତମାନ ନିଜେ ଅସୁସ୍ଥ । ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାରଙ୍କୁ ନେଇ କିଛି ଚାଲିଛି ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ।ଆହୁରି ମଧ୍ୟ ସମ୍ପାଦକୀୟରେ ଲେଖାଯାଇଛି ଯେ, ସିନ୍ଦେଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କିଛି ଦିନ ପରେ ସେ ନିଜକୁ ଗୋଆଲିଅରର ରାଜା ଘୋଷଣା କରିଦେବେ । ଏବେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଏକା ଦିଲ୍ଲୀ ଗସ୍ତ କରୁଛନ୍ତି । କାରଣ ସିନ୍ଦେଙ୍କୁ ଦିଲ୍ଲୀର ପାଣି ପବନ ଖାପ ଖୁଆଉ ନାହିଁ ।

ସୂଚନା ଅନୁସାରେ ନିକଟରେ ସିନ୍ଦେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଅଧିକ ବ୍ୟସ୍ତତା କାରଣରୁ ଅସୁସ୍ଥ ଅନୁଭବ କରୁଛନ୍ତି । ସେ କିଛି ଦିନ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ସେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଅସୁସ୍ଥତା କାରଣରୁ ସେ ଯାଇନଥିଲେ । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଏକା ଦିଲ୍ଲୀ ଗସ୍ତ କରିଥିଲେ ।

Related Posts