ସାମଜବାଦୀ ପାର୍ଟିର ମୁଖ୍ୟ ମଧ୍ୟ ଚିପି ପାରିବେ ପଦ୍ମ ବଟନ୍: ସ୍ୱତନ୍ତ୍ର ଦେବ ସିଂ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ନେତାମାନେ ପରସ୍ପର ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଉଥିବାର ଦେଖାଯାଉଛି। ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଜେପିର ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଏକ ଟ୍ୱିଟ କରିଥିବାର ଦେଖବାକୁ ମିଳିଛି । ତେବେ ଉତ୍ତରପ୍ରଦେଶର କାମରେ ପ୍ରଭାବିତ ହୋଇ ସ୍ୱଂୟ ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପଦ୍ମର ବୋଟମକୁ ଚିପି ପାରିବେ ବୋଲି ସ୍ୱତନ୍ତ୍ର ଦେବ କହିଛନ୍ତି । ତାଙ୍କର ଏହି ଟ୍ୱିଟ ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଟ୍ୱିଟରେ ନିଜର ମତାମତ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଜଣେ ଉପଭୋକ୍ତା ତାଙ୍କୁ ପଚାରିଥିଲେ ଯେ ଯେତେବେଳେ ୟୁପିରେ ବିକାଶ ହୋଇନଥାଏ, ତେବେ କିଏ ପ୍ରଭାବିତ ହେବ ?

ଅନିଲ ସିଂ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ୟୁପି ବିଜେପି ମୁଖପାତ୍ରଙ୍କ ନିକଟରେ ଉପହାସ କରି କହିଛନ୍ତି ଯେ ୟୁପିରେ କୃଷକଙ୍କ ଦୁର୍ନୀତି ଏବଂ ଶୋଷଣକୁ ଦେଖି ସ୍ୱତନ୍ତ୍ର ଦେବ ସିଂ ସାଇକେଲ ବଟନ୍ ମଧ୍ୟ ଚିପି ପାରିବେ । ସନ୍ତୋଶ କୁମାର ଯାଦବ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ମନ୍ତବ୍ୟ ଆସିଛି – ବର୍ତ୍ତମାନ କେବଳ ଅଖିଳେଶ ଯାଦବ ବିଜେପି ନେତାଙ୍କ ସ୍ୱପ୍ନରେ ଦେଖାଯାଉଛନ୍ତି। ସକାଳ ହେବା ମାତ୍ରେ ସେମାନଙ୍କ ଉପରେ ଟୁଇଟ୍ କରିବା ଆରମ୍ଭ କରିବାରେ ଲାଗିଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହି ଟ୍ୱିଟ ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts