ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସୁରକ୍ଷା ପ୍ରଦାନ କରିବାକୁ ମମତା ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେ ୧୮ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଶୁଭେନ୍ଦୁ ଅଧିକାରୀଙ୍କ ରାଜ୍ୟ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଏ ନେଇ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ଅଧିକାରୀଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜେଡ୍ କାଟାଗୋରି ସୁରକ୍ଷା ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗ ସରକାର କୋର୍ଟଙ୍କୁ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା “ୟେଲୋ ବୁକ୍” ଅନୁଯାୟୀ ଜେଡ୍ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଉଛି । ସୁରକ୍ଷା ନିର୍ଦ୍ଦେଶାଳୟ ରିପୋର୍ଟ କରିଛି ଯେ ପାଇଲଟ, ରୁଟ ଲାଇନିଂ ଏବଂ ମିଟିଂ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ପୂର୍ବରୁ ରାଜ୍ୟ ସୁରକ୍ଷା ଯୋଗାଇ ଦିଆଯାଉଛି। ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସୁଭେନ୍ଦୁ ଆଦିକାରୀଙ୍କୁ ଦିଆଯାଇଥିବା ସୁରକ୍ଷା ୧୮ ମଇରେ ପ୍ରତ୍ୟାହାର କରିନିଆଯାଇଥିଲା। ଏହା ପରେ ବିଜେପି ନେତା ଏ ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ତେବେ ପଶ୍ଚିମବଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଆଧିକାରୀଙ୍କ ସୁରକ୍ଷା ପ୍ରତ୍ୟାହାର ନେଇ କଲିକତା ହାଇକୋର୍ଟ ମମତା ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାପୂର୍ବରୁ ଜୁନ୍ 21 ରେ ଶୁଭେନ୍ଦୁ ଅଧିକାରୀଙ୍କ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ପଶ୍ଚିମବଙ୍ଗର ସୁରକ୍ଷା ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାର ଦେଇଥିବା ସୁରକ୍ଷା କଭର କାହିଁକି ପ୍ରତ୍ୟାହାର କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts