୧୪ ନୁହେଁ ବରଂ ୧୭ ମହିଳାଙ୍କ ସ୍ୱାମୀ ଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟମାନଙ୍କରେ ଏକାଧିକ ମହିଳାଙ୍କୁ ବିବାହ କରି ଏଇ କିଛି ଦିନ ମଧ୍ୟରେ ବେଶ ଚର୍ଚ୍ଚାରେ ରହିଛନ୍ତି ନକଲି ଡାକ୍ତର ରମେଶ ସ୍ୱାଇଁ । ତାଙ୍କର ଏହି କଳାକାରନାମା ସାମ୍ନାକୁ ଆସିବା ପରେ ତାଙ୍କ ସ୍ତ୍ରୀ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ । ଏହା ପରେ ତାଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଥିଲା । ସେପଟେ ବିର୍ତ୍ତମାନ ୧୪ ନୁହେଁ ବରଂ ୧୭ ଜଣ ମହିଳାଙ୍କୁ ବିବାହ କରିଥିବାର କଥା ସାମ୍ନାକୁ ଆସିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଡିସିପି ଶ୍ରୀ ଦାସ କହିଛନ୍ତି ଯେ, ଅଭିଯୁକ୍ତ ରମେଶ ସ୍ବାଇଁ ଆସାମର ଗୌହାଟୀର ଜଣେ ଡାକ୍ତର, ଓଡିଶାର ଜଣେ ଉଚ୍ଚ ଶିକ୍ଷିତା, ଛତିଶଗଡ଼ର ଚାଟେର୍ଡ ଆକାଉଣ୍ଟଟେଣ୍ଡଙ୍କୁ ବିବାହ କରିଥିଲେ। ଆଗକୁ ଆହୁରି ତାଲିକା ଲମ୍ବିପାରେ। ସମସ୍ତଙ୍କ ସହ ପୋଲିସ ଯୋଗା ଯୋଗ କରି ତଦନ୍ତ କରିବୁ । ଲୋକଙ୍କୁ ଠକିବା ଓ ମହିଳାଙ୍କ ଇଜତ ସହ ଖେଳିବା ଭଳି ମାମଲା ଭଳି ଦଫା ଲଗାଇ କରାଯିବ ତଦନ୍ତ। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଟିମ୍ରେ ମହିଳା ଥାନା ଆଇଆଇସିଙ୍କ ସହ ୨ ଜଣ ସଵଇନିସ୍ପେକ୍ଟର, ଜଣେ ଏନ୍ଜିଓ କାଉନସିଲର ନିଯୁକ୍ତି ବହୁତ ମହିଳା ଘଟଣା ସମ୍ପର୍କରେ ଜାଣିବା ପରେ ବିଚଳିତ ଅଛନ୍ତି।

ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ ହେବ। ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ ଅନୁସାରେ ଗତ କିଛି ମାସ ଭିତରେ ଏମ୍ବିବିଏସ୍ କରିବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ପାତ୍ରପଡାରେ ୨୦୦୧ରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି। ରମେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ବାଇଁକୁ ପୁଲିସ ଗତ ୧୪ ତାରିଖ ଦିନ ଗିରଫ କରିଥିଲା। ସେ ଅଲଗା ଅଲଗା ନାଁରେ କେବଳ ସମ୍ଭ୍ରାନ୍ତ ଶ୍ରେଣୀୟ ମହିଳାଙ୍କୁ ବାଛିବାଛି ଫସାଉଥିବା ରମେଶ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲା ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ରମେଶର ଓଡ଼ିଶାରେ ୩, ମଧ୍ୟପ୍ରଦେଶରେ ୨, ଝାଡ଼ଖଣ୍ଡରେ ଜଣେ, ଦିଲ୍ଲୀରେ ୩, ପଞ୍ଜାବରେ ୨, ଗୌହାଟୀ ତେଜପୁରରେ ୨, ଉତ୍ତରପ୍ରଦେଶ ଆହ୍ଲାବାଦରେ ଜଣେ ସ୍ତ୍ରୀ ଥିବା ପୁଲିସକୁ ସୂଚନା ମିଳିଛି। କମିସନରେଟ୍ ପୁଲିସ ତା’ଠାରୁ ପୁଳାପୁଳା ନକଲି ପରିଚୟପତ୍ର, ସରକାରୀ ଲୋଗୋ ଥିବା ଚିଠି, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ମୋବାଇଲ ଫୋନ୍, ବ୍ୟାଙ୍କ୍ ପାସବୁକ୍ ଜବତ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Related Posts