ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ଗଞ୍ଜାମ: ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକଙ୍କ ସନ୍ଦେହ ଜନକ ମୃତ୍ୟୁ । ବିଳମ୍ବିତ ରାତିରେ ଦଣ୍ଡନାଚ ପ୍ରସାଦ ଖାଇବା ପରେ ଅସୁସ୍ଥ ସେ ହୋଇପଡିଥିଲେ । ବାନ୍ତି ଓ ଦେହ ଖରାପ ଯୋଗୁଁ ଘରଲୋକ ୨ ଟା ରାତିରେ ଭଂଜନଗର ମେଡ଼ିକାଲକୁ ହିମାଂଶୁଙ୍କୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେହି ତାଙ୍କୁ ବିଷ ଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି ।

ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ପତ୍ନୀ ବିଜୟର ଟିକା ପିନ୍ଧିଥିବା ବେଳେ, ଆଜି ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ନିସ୍ବ ପାଲଟିଯାଇଛନ୍ତି | ପୋଛି ହୋଇଗଲା ତାଙ୍କ ସିନ୍ଥିର ସିନ୍ଦୂର। ଭାଙ୍ଗିଗଲା ହାତର ଚୁଡ଼ି। ପାଣି ଫୋଟକା ପରି ମିଳାଇଗଲା ସମସ୍ତ ଖୁସି। ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀଙ୍କ ଏପରି ଅଚାନକ ବିୟୋଗକୁ ସ୍ଥାନୀୟ ଅଞ୍ଚଳବାସୀ ବି ସହଜେ ଗ୍ରହଣ କରିପାରୁ ନାହାନ୍ତି।

ଖବର ପ୍ରଚାରିତ ହେବା ପରେ ହିମାଂଶୁଙ୍କ ଘର ସମ୍ମୁଖରେ ଶତାଧିକ ଲୋକଙ୍କ ଗହଳି ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related Posts