
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରହିଛି ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସେପଟେ ଗତ ମାର୍ଚ୍ଚ ୪ତାରିଖ ଦିନ ରାତିରେ ସୁଟିଂ ବାହାନାରେ ଯୁବତୀଙ୍କ ଘରୁ ଡାକି ଆଣିଥିଲେ ।
ପରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହିକ୍ରମରେ ଅଭିଯୁକ୍ତ ସରୋଜ ବିଶ୍ୱାଳକୁ ଖୋର୍ଦ୍ଧାରୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।