ବ୍ରୋଞ୍ଜ ଲଢ଼େଇରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଦଳ ବ୍ରୋଞ୍ଚ୍ ପଦକରୁ ବଞ୍ଚିତ। ଏହି ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ବ୍ରିଟେନ ବିଜୟୀ। ବ୍ରିଟେନ୍ ବିପକ୍ଷରେ କଡ଼ା ମୁକାବିଲା କରି ଭାରତୀୟ ମହିଳା ହକି ଟିମ୍  ୩-୪ ଗୋଲ୍‌ରେ ପରାସ୍ତ ହୋଇଛି । 

ମ୍ୟାଚର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଅଗ୍ରଣୀ ଥିଲା। ତେବେ ଭାରତୀୟ ଟିମର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍ ରେ ବଲ୍ ବାଜି ଏହି ଗୋଲ ଟି ହୋଇଥିଲା। ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। 

କିନ୍ତୁ ଏହା ପରେ ଭାରତ କମବ୍ୟାକ କରିଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ଏହା ସହିତ ଉଭୟ ଟିମ୍ ୨-୨ ରେ ବରାବର ଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଏହା ସହିତ ସ୍କୋର୍ ୩-୩ ସ୍ଥିତିକୁ ଆସିଥିଲା।

 ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲରେ ଆଗୁଆ ହୋଇଯାଇଥିଲା। ସୂଚନା ଥାଉକି ମହିଳା ହକି ୨୦୧୨, ୨୦୧୬, ୨୦୨୦ରେ ବ୍ରିଟେନ୍ ଲଗାତର ୩ଟି ବ୍ରୋଞ୍ଚ୍ ପଦକ ହାସଲ କରିଛି।

Related Posts