ରାସ୍ତା ମଝିରେ ଓଲିଉଡ ଷ୍ଟାରଙ୍କର ହାଇ ଡ୍ରାମା, ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଓ ନାୟିକା ପ୍ରକୃତି ମିଶ୍ର ଏବେ ଚର୍ଚ୍ଚାରେ। ତେବେ ଏହି ଯୋଡ଼ି କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି, ବରଂ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଆଲୋଡ଼ନ ଖେଳିଯାଇଛି। ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଲୋକ‌େ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବ‌ା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହାପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରି ମାଡ଼ ମଧ୍ୟ ମାରୁଥିବାର ଦେଖିବାକୁ ମିଳିଛି। ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ଧରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି। ତେବେ ଓଲିଉଡର ଏହି ଷ୍ଟାର ଦୁଇଜଣ ଓ ବାବୁସାନଙ୍କ ପତ୍ନୀଙ୍କ ରାସ୍ତା ମଝିରେ ଏହି ହାଇ ଡ୍ରାମା ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି।

Related Posts