ଫେରିଲେ ପପୁ ପମ୍‌ ପମ୍‌

ପୁଣି ଓଲିଉଡକୁ ଫେରିଲେ ପପୁ ପମ୍ ପମ୍ । କିଛି ଦିନର ଅସୁସ୍ଥତା ପରେ ଏବେ ନୂଆ ଇନିଂସ ଆରମ୍ଭ କରିଛନ୍ତି ପପୁ । ଏଥର ହସେଇବେନି ବରଂ ହସାଇବାର ନିର୍ଦ୍ଦେଶନା ଦେବେ । ନିର୍ମାଣ ହେଉଥିବା ନୂଆ ଫିଲ୍ମ ଚିରକୁଟରେ ନିର୍ଦ୍ଦେଶନା ଦେଉଛନ୍ତି ପପୁ ।

ବେଶ୍‌ କିଛି ବର୍ଷ ଧରି ଓଲିଉଡ୍‌ ଓ ଟେଲିଭିଜନ ଦୁନିଆରେ କମେଡି କିଙ୍ଗ୍‌ ହୋଇ ରହିବା ପରେ ପପୁଙ୍କ କ୍ୟାରିୟରରେ ଆସିଥିଲା ଟ୍ବିଷ୍ଟ । ତାଙ୍କ ବିରୋଧରେ ଅସଦବ୍ୟବହାର ଅଭିଯୋଗ ଆଣିଥିଲେ ଜଣେ ଯୁବତୀ ।

ଏହା ପରେ ଗୁରୁତର ଶାରିରୀକ ଅସୁସ୍ଥତାର ସାମ୍ନା କରିଥିଲେ ପପୁ । ଫଳରେ ଦୀର୍ଘ ଦିନ ଧରି ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ରହିଥିଲେ । ଏବେ ପପୁ ପୁଣି ଥରେ ଶୀଘ୍ର ପରଦାକୁ ଫେରିବେ ବୋଲି ଆଶା କରାଯାଉଛି ।

Related Posts