ଆଜି ଠାରୁ ଆରମ୍ଭ ହେଲା ଆଇପିଏଲ; ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପରକିଙ୍ଗସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହେଲା ଆଇପିଏଲ । ଆଇପିଏଲ୍ ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି କେକେଆର୍ ଓ ସିଏସକେ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କେକେଆର୍ ଅଧିନାୟକ ଶ୍ରେୟାସ ଆୟାର । ଅନ୍ୟପଟେ ସିଏସକେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ତେବେ ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର ଭରପୂର ଏଣ୍ଟରଟେନମେଣ୍ଟ । ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଆଜି ହେବାକୁ ଯାଉଛି । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଡିପେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ପୂରା ନବକଳେବର ସହ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ତେବେ ପ୍ରଥମ ମ୍ୟାଚରେ କିଏ ମାରିବ ବାଜି ତାହା ଦେଖିବା ବାକି ରହିଛି ।

୨୦୨୨ ଆଇପିଏଲ ପାଇଁ ଏଥର ସମସ୍ତ ଟିମର ନବକଳେବର ହୋଇଛି । ୪ଟି ଲେଖାଏଁ ଖେଳାଳିଙ୍କୁ ରିଟେନ ରଖି ଅନ୍ୟ ସମସ୍ତ ଖେଳାଳିଙ୍କୁ କିଣିଛନ୍ତି ଦଳ । ତେବେ ଯଦି ଆମେ ଚେନ୍ନାଇ ଓ କୋଲକାତା କଥା ଦେଖିବା ତେବେ ଏହି ଦୁଇ ଦଳ ଏଥର ବେଶ ଶକ୍ତିଶାଳୀ ରହିଛନ୍ତି । ଉଭୟ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇଛି । ଶ୍ରେୟାସ ଆୟର କୋଲକାତାର ମଙ୍ଗ ଧରିଥିବା ବେଳେ ରବିନ୍ଦ୍ର ଜାଡେଜା ଚେନ୍ନାଇର ମଙ୍ଗ ଧରିଛନ୍ତି । କୋଲକାତାରେ ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ନୀତିଶ ରାଣା, ସୁନୀଲ ନାରିନ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଚେନ୍ନାଇରେ ଋତୁରାଜ ଗାଏକ୍ୱାର୍ଡ, ମୋଇନ ଅଲ୍ଲୀ, ଧୋନୀ, ଜାଡେଜା ଓ ବ୍ରାଭୋଙ୍କ ଭଳି ଖେଳାଳି ରହିଛନ୍ତି ।

Related Posts