ଶ୍ରୀଲଙ୍କାରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାରେ ଆଜି ଘୋଷଣା ହୋଇଛି ଜରୁରୀ କାଳୀନ ପରିସ୍ଥିତି। ଦେଶରେ ଜାରି ଅର୍ଥନୈତିକ ସଙ୍କଟ ପାଇଁ ଚାଲିଥିବା ବିକ୍ଷୋପ ମଧ୍ୟରେ ଆଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଲୁଚି ମାଲଦୀପ ଚାଲିଯାଇଛନ୍ତି।ତେବେ ରାଜପକ୍ଷ ଆଜି ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ମାତ୍ର ଇସ୍ତଫା ନଦେଇ ଦେଶ ଛାଡ଼ି ପଳାଇବା ଖବର ବିକ୍ଷୋଭକାରୀ ପାଇବା ପରେ ଦେଶରେ ପରିସ୍ଥିତି ଅସମ୍ଭାଳ ହୋଇଛି। ବିକ୍ଷୋଭକାରୀମାନେ ଦେଶର ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଦେଶରେ ଏଭଳି ପରିସ୍ଥିତି କୁ ଲକ୍ଷ୍ୟ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଦେଶରେ ଜାରି ଅର୍ଥନୈତିକ ସଙ୍କଟ ଭିତରେ ବିରୋଧର ସମ୍ମୁଖୀନ ହୋଇ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ରାଷ୍ଟ୍ରପତି ମଧ୍ୟ ଆଜି ଇସ୍ତଫା ଦେବା ଘୋଷଣା କରିଥିଲେ ମାତ୍ର ସେ ଆଜି ନିଜ ପତ୍ନୀ ଓ ଦୁଇଜଣ ସୁରକ୍ଷା କର୍ମୀଙ୍କ ସହ କଲୋମ୍ୱୋ ରୁ ମାଳଦୀପ ଲୁଚି ପଳାଇଥିବା ଜଣାପଡିଛି।

Related Posts