ମୈସୁର କଥିତ ବଳାତ୍କାର ମାମଲାରେ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ – ‘ ଯୁବତୀ ସନ୍ଧ୍ୟା ୭ଟା ବେଳକୁ ସେଠାକୁ କାହିଁକି ଯାଇଥିଲେ ‘ , ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କର୍ଣ୍ଣାଟକର ମୈସୁରରେ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏକ ଏମବିଏ ଛାତ୍ରୀଙ୍କ କଥିତ୍ ଗ୍ୟାଙ୍ଗରେପ୍ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି କଥିତ ବଳାତ୍କାର ମାମଲାରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ରଙ୍କ ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି। ବିରୋଧୀ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି ଯେ, ଯେ ସେମାନେ ( ପିଡୀତା ) ସେଠାକୁ ସନ୍ଧ୍ୟା ୭ ଟା ବେଳକୁ କାହିଁକି ଯାଇଥିଲେ। ତେବେ ଗୃହମନ୍ତ୍ରୀ ଏଭଳି ବୟାନ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ କିନ୍ତୁ ଏହି ବୟାନକୁ ନେଇ ଅସହମତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାମାନଙ୍କ ଉପରେ ଗୃହମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ ମୁଁ ସହମତ ନୁହଁ। ମୁଁ ତାଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ କହିଛି। ତାଙ୍କୁ ଶୀଘ୍ର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଏହି କଥିତ ବଳାତ୍କାର ମାମଲା ସମ୍ପର୍କରେ ସମସ୍ତ ଡେଭଲପମେଣ୍ଟ ଉପରେ ଅବଗତ କରାଇବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଘଟଣାର ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍‌ କହିଛନ୍ତି।

ରିପୋର୍ଟ ଅନୁଯାୟୀ , ପିଡୀତା ଜଣକ ମଙ୍ଗଳବାର ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ Chamundi Hills ଉପରକୁ ଚଢୁଥିଲେ। ଏହି ସମୟରେ ପାଞ୍ଚ ଜଣ ଯୁବକ ଛାତ୍ରୀ ଜଣକୁ ବାଟରେ ଅଟକାଇ ଟଙ୍କା ମାଗିଥିଲେ , କିନ୍ତୁ ଉଭୟଙ୍କ ପାଖରେ କିଛି ନପାଇ ପୁରୁଷ ବନ୍ଧୁଙ୍କୁ ବାଡେଇବା ସଙ୍ଗେ ସଙ୍ଗେ ଯୁବତୀ ଜଣକୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି।  ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପରାଧ ଘଟିଥିଲା ​​ଏବଂ ବୁଧବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା।

ଏହା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି ବୋଲି ମୈସୁର ନଗର, ପୋଲିସ କମିଶନର ଡ ଚନ୍ଦ୍ରଗୁପ୍ତଙ୍କ ସହ ଆଲାନାହାଲ୍ଲୀ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଛି।

ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଏବେ ଜୋରଧରିଛି। କଂଗ୍ରେସ କର୍ଣ୍ଣାଟକ ସରକାରଙ୍କୁ କାଠଗଡାରେ ଛିଡ଼ା କରିଛନ୍ତି। କରି ସେ କହିଛନ୍ତି ଯେ “କଂଗ୍ରେସ ବଳାତ୍କାର ଘଟଣାରେ ରାଜନୈତିକ ଫାଇଦା ହାସଲ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ଏହା ଏକ ଅମାନବୀୟ ଘଟଣା ଥିଲା। ମନ୍ତ୍ରୀ କହିଛନ୍ତି ଯେ ଯୁବତୀ ଜଣକ ସେହି ସମୟରେ ସେହି ସ୍ଥାନକୁ କାହିଁକି ଯାଇଥିଲେ। ଗୃହମନ୍ତ୍ରୀଙ୍କ ଏହି ମନ୍ତବ୍ୟର କଡା ନିନ୍ଦା କରି କଂଗ୍ରେସ ନେତା ବ୍ରିଜେଶ କାଲାପ୍ପା କହିଛନ୍ତି ଯେ ଜ୍ଞାନେନ୍ଦ୍ରଙ୍କ ମନ୍ତବ୍ୟ ଅତ୍ୟନ୍ତ ଅମାନବୀୟ, ତାହା ସମ୍ପୂର୍ଣ୍ଣ ନିନ୍ଦନୀୟ। ” କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି ନେତା ଏସ ପ୍ରକାଶ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, “ ବଳାତ୍କାର ଘଟଣା ହେଉଛି ଏକ ସମ୍ବେଦନଶୀଳ ଘଟଣା।  ଜଣେ ଦାୟିତ୍ବବାନ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ ଏବଂ ଏହାକୁ ରାଜନୀତିକରଣ କରାଯିବା ଉଚିତ୍ ନୁହେଁ। କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ” 

Related Posts