ରାଜା ଶୁଣିବେ ନାହିଁ କି କଥା କହିବେ ନାହିଁ, କେବଳ ରାଜା ନିଷ୍ପତ୍ତି ନେବେ; ପ୍ରଧାମନ୍ତ୍ରୀଙ୍କୁ ସମାଲୋଚନା କରି ଏପରି କହିଲେ ରାହୁଲ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଉଦାମ ସିଂ ନଗରରେ ଚାଷୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ସେ ମନମୋହନ ସିଂଙ୍କ ସମୟକୁ ସୁବର୍ଣ୍ଣ ସମୟ ବୋଲି ବର୍ଣ୍ଣନା କରିଥିଲେ। ରାହୁଲ କହିଛନ୍ତି ମନମୋହନ ସିଂଙ୍କ ସମୟ ଚାଷୀମାନଙ୍କ ପାଇଁ ‘ଗୋଲଡେନ୍ ପିରିୟଡ୍’ ଥିଲା । କାହିିଁକିନା ସେହି ସମୟରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀ ଥିଲା ଜ୍ଝ ସେହି ସମୟରେ ସରକାରଙ୍କ ଦ୍ୱାର ଚାଷୀମାନଙ୍କ ପାଇଁ ଖୋଲାରହିଥିଲା ।

ସେହି ସମୟରେ ଯେତେବେଳେ ତୁମେ ଆମ ପାଖକୁ ଆସୁଥିଲ ଏବଂ ତୁମେ ଆମକୁ ତମ ହୃଦୟରେ କଣ କଥା ଅଛି ତାହା କହୁଥିଲ । ବେବେଳେ ଆମେ ତମ କଥାରେ ରାଜି ହୋଇଯାଉଥିଲୁ । ଆଉ କେତେବେଳେ ଆମେ ଆପଣଙ୍କ କଥାକୁ ମନା କରିଦେଉଥିଲୁ । ହେଲେ ସେତେବେଳେ ଭାରତରେ ଜଣେ ପ୍ରଧାନମନ୍ତ୍ରୀ ଥିଲେ ଏବଂ ଆଜି ଭାରତରେ ଜଣେ ରାଜା ଅଛନ୍ତି । ସେହିସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର କୃଷକ, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୋଲା ଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ନୁହଁନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ରାଜା। ରାଜା ଶ୍ରମିକ, କୃଷକ ସହିତ କଥାବାର୍ତ୍ତା କରନ୍ତି ନାହିଁ । ରାଜା ଶୁଣିବେ ନାହିଁ କି କଥା କହିବେ ନାହିଁ। କେବଳ ରାଜା ନିଷ୍ପତ୍ତି ନେବେ।

Related Posts