ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରୁଥିବା ବେଳେ ହୃଦଘାତରେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମୃତ୍ୟୁ କେତେବେଳେ କେଉଁଠାରେ ଆସେ ତାହା କେହି ଜାଣନ୍ତି ନାହିଁ । ରବିବାର ସାରା ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଝାଡଖଣ୍ଡର ଧନବାଦର ଚିରୁକୁଣ୍ଡା ସହିଦ ଛକରେ ସ୍ବାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ କରୁଥିବା ସମୟରେ କଂଗ୍ରେସ ନେତା ଅନୱାର ହୁସେନ୍‌ଙ୍କ ପରଲୋକ ଘଟିଛି। 

ଧାନବାଦର ଚିରୁକୁଣ୍ଡା ବ୍ଲକ୍ କଂଗ୍ରେସ ସଭାପତି ଥିବା ଅନୱର ହୁସେନ୍ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ସାଲ୍ୟୁଟ୍ ଦେବା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । ସେ ହଠାତ୍ ଚେତାଶୂନ୍ଯ ହୋଇ ତଳେ ପଡ଼ିଯାଇଥିଲେ । 

ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଅନୱାର ହୁସେନ୍ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ। ହୁସେନ୍‌ଙ୍କ ମୃତ୍ୟୁ ଖବର ପାଇବା ପରେ ଧନବାଦ୍ ଜିଲ୍ଲା ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। 

Related Posts