ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ଅନୁମୋଦନ ଦେଲେ ମହାରାଷ୍ଟ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ମହାରାଷ୍ଟ୍ର ସରକାର ଅନୁମୋଦନ ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏହି ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରକଳ୍ପ ପାଇଁ ସମସ୍ତ ଅନୁମୋଦନ ଦେଇଛନ୍ତି। ଅହମ୍ମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପର ଆନୁମାନିକ ମୂଲ୍ୟ ହେଉଛି ୧,୧୦,୦୦୦କୋଟି, ଯେଉଁଥିରୁ ୮୮,୦୦୦ କୋଟି ଟଙ୍କା ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (JICA) ଦ୍ୱାରା ପ୍ରଦାନ କରାଯାଇଛି। ମହାରାଷ୍ଟ୍ରରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୭୦ ପ୍ରତିଶତରୁ ଅଧିକ ଜମି ଥାନେ ଏବଂ ପାଲଘର ଜିଲାରେ ଅଧିଗ୍ରହଣ କରାଯାଇଛି।

ଫଡନାଭିସ ଆହୁରି ମଧ୍ୟ କହିଛନ୍ତି, ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ପୂର୍ବ ମହା ବିକାଶ ଅଗାଢ଼ି ସରକାର ଏହି ପ୍ରକଳ୍ପକୁ ଦ୍ରୁତ ଗତିରେ ଯାରି ରଖିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ। ବର୍ତ୍ତମାନ ନୂଆ ସରକାର ଆସିଛି ଏବେ ପ୍ରକଳ୍ପ କାର୍ଯ୍ୟରେ କୌଣସି ବାଧା ଉପୁଜିବା ନାହିଁ ବୋଲି ଫଡନାଭିସ କହିଛନ୍ତି।

Related Posts