
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୟୁପି, ବିହାର ଭଳି ଜନସଂଖ୍ୟା ନିୟନ୍ତ୍ରଣକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟକୁ ସଂସଦରେ ଅଧିକ ଆସନ କାହିଁକି ଦିଆଯାଉଛି ? କେନ୍ଦ୍ର ସରକାରଙ୍କୁ ଏ ନେଇ ଜବାବ ତଲବ କରିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି, ଦେଶର ଦକ୍ଷିଣ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ସତ୍ତ୍ୱେ ଏହି ରାଜ୍ୟ ଗୁଡିକର ସାଂସଦଙ୍କ ସଂଖ୍ୟା କମ୍ ରହିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାରର ଉଦାହରଣ ଦେଇ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏହି ରାଜ୍ୟ ଗୁଡିକରେ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିନଥିବା ବେଳେ ସେମାନଙ୍କର ସାସଂଦ ସଂଖ୍ୟା ଅଧିକ କାହିଁକି? ଅଗଷ୍ଟ ୧୭ରେ ଜଷ୍ଟିସ କିରୁବକରଣ ଏବଂ ଜଷ୍ଟିସ ବି ପୁଗଲେନ୍ଧି ଖଣ୍ଡପୀଠ ଗୋଟିଏ ମାମଲାର ଶୁଣାଣି କରି ଏଭଳି ରାୟ ପ୍ରକାଶ କରିଛନ୍ତି। ତେବେ ବିଚାରପତି ପଦରୁ ଅବସର ନେବା ପୂର୍ବରୁ ଜଷ୍ଟିସ କିରୁବକରଣଙ୍କର ଏହା ଶେଷ ରାୟ ଥିଲା ।
ଖଣ୍ଡପୀଠ ରାୟ ଶୁଣାଣି କରିବା ବେଳେ କହିଛନ୍ତି, ବିଗତ ୧୪ଟି ସାଧାରଣ ନିର୍ବାଚନ ପାଇଁ ତାମିଲନାଡୁ କ୍ଷତିପୂରଣ ପାଇବା ଉଚିତ୍ । ଏହି କ୍ଷତିପୂରଣର ପରିମାଣ ପାଖାପାଖି ୫,୬୦୦ କୋଟି ଟଙ୍କା ହେବ। ୧୯୬୨ ମସିହାରେ ତାମିଲନାଡୁରୁ ୪୧ ଜଣ ସାଂସଦ ସଂସଦକୁ ନିର୍ବାଚିତ ହୋଇଯାଉଥିଲେ। ହେଲେ ଜନସଂଖ୍ୟା କମିବା ପରେ ଏହି ସଂଖ୍ୟା ୩୯କୁ ଖସି ଆସିଛି। ଜନସଂଖ୍ୟାକୁ ଆଧାର କରି ନିର୍ବାଚିତ ପ୍ରତିନିଧି ସଂଖ୍ୟା ହ୍ରାସ ହୋଇଥିବାରୁ ରାଜ୍ୟରେ କୌଣସି ଦୋଷ ନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ ଲୋକସଭାରେ ଆସନ ସଂଖ୍ୟା ହ୍ରାସ କରିବାକୁ ହେଲେ ରାଜ୍ୟସଭାରେ ଏହାର ଅଂଶ ବୃଦ୍ଧି କରାଯାଉ। ତାମିଲନାଡୁରେ ସଫଳ ଜନ୍ମ ହାର ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଏହା ଏକ ପୁରସ୍କାର ହେବ ବୋଲି କୋର୍ଟ କହିଛନ୍ତି ।
ଅନୁସୂଚିତ ଜାତିମାନଙ୍କ ପାଇଁ ସଂରକ୍ଷିତ ଥିବା ଟେଙ୍କାସୀ ସଂସଦୀୟ ନିର୍ବାଚନମଣ୍ଡଳୀକୁ ବାଦ ଦେବାକୁ ଏକ ଆବେଦନ ଶୁଣାଣି ବେଳେ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ୨୦୨୬ ମସିହାରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବେଞ୍ଚ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।
ହାଇକୋର୍ଟ କହିଛନ୍ତି ଯେ 1962 ପର୍ଯ୍ୟନ୍ତ ତାମିଲନାଡୁର ଲୋକସଭାରେ 41 ଜଣ ପ୍ରତିନିଧୀ ଥିଲେ। ରାଜ୍ୟ ନିଜସ୍ୱ ଜନସଂଖ୍ୟାକୁ ନିୟନ୍ତ୍ରଣ କରୁଥିବାରୁ ପରେ ଲୋକସଭା ନିର୍ବାଚନମଣ୍ଡଳୀ ସଂଖ୍ୟା 39 କୁ ହ୍ରାସ କରାଯାଇଥିଲା। 1999 ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ପ୍ରସ୍ତାବର ଉଦାହରଣ ଦେଇଥିଲେ କୋର୍ଟ । ଏବଂ ଏହା କେବଳ ଦୁଇଟି ଆସନର ବିଷୟ ନୁହେଁ, ବରଂ ପ୍ରତ୍ୟେକ ଭୋଟ୍ ଗଣନା କରାଯାଇଛି ବୋଲି କହିଥିଲେ।
ସଂସଦରେ ରାଜ୍ୟଗୁଡିକର ରାଜନୈତିକ ପ୍ରତିନିଧୀଙ୍କ ସଂଖ୍ୟା ସ୍ଥିର କରିବା ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଧାର ହୋଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଷ୍ଟେଟସ୍ ପୁନର୍ଗଠନ ଅଧିନିୟମ, 1956 ଅନୁଯାୟୀ, ଭାଷା ଭିତ୍ତିରେ ରାଜ୍ୟଗୁଡିକ ପୁନର୍ଗଠନ କରାଯାଇଛି। ଭାରତ ଏକ ବହୁ-ଧାର୍ମିକ, ବହୁ-ଜାତି ଏବଂ ବହୁଭାଷୀ ଦେଶ । ତେଣୁ ଶକ୍ତି ବଣ୍ଟନ ସମାନ ହେବା ଉଚିତ ଏବଂ ଶକ୍ତି ସନ୍ତୁଳନ ବଜାୟ ରଖିବା ଉଚିତ୍ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।