ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଜେପିର ୨୫ ଓ ୧୩ ସିଂଧେ ସମର୍ଥକ ସାମିଲ ହୋଇ ପାରନ୍ତି: ସୂତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟରେ 38 ଜଣ ମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିର। ବିଶେଷ ସୂତ୍ରରୁ ପ୍ରକାଶ ଯେ ନୂତନ କ୍ୟାବିନେଟରେ ବିଜେପିର ୨୫ ଜଣ ମନ୍ତ୍ରୀ ଓ ଏକନାଥ ସିନ୍ଦେଙ୍କ ଶିବସେନାରୁ ୧୩ ଜଣ ମନ୍ତ୍ରୀ ପଦ ର ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ବ୍ୟତୀତ ଅଧିକାଂଶ ନୂଆ ମୁଁହ ମନ୍ତ୍ରୀମଣ୍ଡଳ ରେ ସାମିଲ ହେବାକୁ ଯାଉଛନ୍ତି । ଆସନ୍ତା ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବିଜେପି ନୂଆ ଚେହେରା ପରୀକ୍ଷା କରିବାକୁ ଚାହୁଁଛି ସେଥିପାଇଁ ସମସ୍ତ ନୂଆ ଚେହେରା କୁ ମନ୍ତ୍ରୀମଣ୍ଡଳ ରେ ସାମିଲ କରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

Related Posts