ପୁଣି ଅଶୋକ, ଅପରାଜିତା ମୁହାଁ ମୁହିଁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ରାଜ୍ୟ ସ୍ତରୀୟ ବନ ମହୋତ୍ସବ କୁ ଭୁବନେଶ୍ଵର ସାଂସଦ ଙ୍କୁ ନ ଡକା ଯିବା ଘଟଣା ରେ ଅପରାଜିତା ଷଡ଼ଙ୍ଗୀ ଙ୍କ ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାର କେଉଁଠି ନା କେଉଁଠି ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ସରକାରଙ୍କ ମନରେ ଭୟ ରହୁଛି ବା ଏହା ତାଙ୍କର ଅହଙ୍କାର ବି ହୋଇପାରେ। ଏହା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ଜ୍ୱଳନ୍ତ ଉଦାହରଣ। ଏହି ଘଟଣା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି କହିଛନ୍ତି ।


ସେପଟେ ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ର ୩ ବିଜେଡି ବିଧାୟକ ନିଜ ସମର୍ଥକ ମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିବା ଦେଖା ଯାଇଛି । ଏହି ଘଟଣା ରେ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି କର୍ପୋରେଟରଙ୍କୁ ବିଭାଗ କାର୍ଡ ଦେବାକୁ ଯାଇଥିଲା କିନ୍ତୁ ସେଥିରେ ନାଁ ନଥିବା ଦେଖି କାର୍ଡ ଫୋପାଡ଼ି ଦେଇଥିଲେ। ଅନ୍ୟ ଯେଉଁ କର୍ପୋରେଟର ଆସିଥିଲେ, ସେମାନେ କାର୍ଯ୍ୟକ୍ରମରେ ବସିଥିଲେ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଇଥିଲା।
ଆହୁରି ସେ ଅପରାଜିତା ଙ୍କ ବିରୋଧ ରେ ଅଭିଯୋଗ ଆଣି କହିଛନ୍ତି ଏନଏମଏ ଆକ୍ଟକୁ ଆଣି ଅପରାଜିତା ଲିଙ୍ଗରାଜ ମନ୍ଦିର ଆଇନ ସହ ଯୋଡୁଛନ୍ତି। ଦୁଇଟି ଜିନିଷ ଭିନ୍ନ। ଠିକ୍ ସେହିପରି ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ମୁଖ୍ୟମନ୍ତ୍ରୀ କୋଟିଏ ପଚିଶ ଲକ୍ଷ ଟଙ୍କା ଦେଲେ, ଜାଗା ଦେଲେ କିନ୍ତୁ ମତେ କେହି ଡାକିଲେ ନାହିଁ କି ସ୍ଥାନୀୟ କର୍ପୋରେଟରଙ୍କୁ ବି କେହି ଡାକିଲେ ନାହିଁ। କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମଧ୍ୟ ମୋତେ ଡାକିଲେ ନାହିଁ କି କାର୍ଡ ଦେଲେ ନାହିଁ। ଏହି ଘଟଣା କୁ ନେଇ ଉଭୟ ମନ୍ତ୍ରୀ ଓ ସାଂସଦ ମୁହାଁ ମୁହିଁ ହୋଇଛନ୍ତି।

Related Posts