ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ଗୀତାଞ୍ଜଳି ଦାଶ, ରାଜ୍ୟପାଳ ଦେଲେ ନିଯୁକ୍ତି

ଭୁବନେଶ୍ୱର :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ମିଳିଲା ନୂଆ କୁଳପତି । ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ଏନେଇ ତାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଏହି ନିଯୁକ୍ତି ଦେଇଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଚାରି ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରଫେସର ଦାଶ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ରହିବେ। ସେ ହେଉଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୬ ବର୍ଷର ଅଭିଜ୍ଞତା ରହିଛି। ଏହି ୩୬ ବର୍ଷ ଭିତରୁ ସେ ୧୨ ବର୍ଷ ପ୍ରଫେସର ରହିଥିଲେ।

ପ୍ରଫେସର ଦାଶ ୫ଟି ପୁସ୍ତକ ଲେଖିଛନ୍ତି। ୪ ଜଣ ତାଙ୍କ ମାର୍ଗଦର୍ଶନରେ ପିଏଚ୍‌ଡି ହାସଲ କରିଥିବା ବେଳେ ୩୫ ଜଣ ଏମ୍‌ଫିଲ୍ କରିଥିଲେ ।

Related Posts