ଟ୍ୱିଟରର ନୂଆ ମାଲିକ ହେଲେ ଟେସଲା ସିଇଓ ଏଲୋନ୍ ମସ୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟ୍ୱିଟରର ନୂଆ ମାଲିକ ହେଲେ ଟେସଲା ସିଇଓ ଏଲୋନ୍ ମସ୍କ । ତେବେ ଏଲୋନ୍ ମସ୍କ ଟ୍ୱିଟରକୁ ସେୟାର ପିଛା ୫୪.୨୦ ଡଲାରରେ କିଣିବାକୁ ଅଫର୍ ଦେଇଥିଲେ, ଯାହାକୁ ସୋମବାର ବିଳମ୍ବିତ ରାତିରେ ଟ୍ୱିଟର ବୋର୍ଡ ଗ୍ରହଣ କରିନେଇଛି। ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ମସ୍କ ୪୪ ବିଲିୟନ ଆମେରିକୀୟ ଡଲାର ଦେଇ କମ୍ପାନିକୁ କିଣିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ମାଲିକ ବଦଳିବା ପରେ କମ୍ପାନିର ନୂଆ ସିଇଓ କିଏ ହେବ? ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ପରାଗଙ୍କୁ ହଟାଇ ଆଉ କାହାକୁ ସିଇଓ କରିବେ କି ମସ୍କ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପରାଗଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

କୁହାଯାଉଛି କି, ମସ୍କଙ୍କ ହାତକୁ ଟ୍ବିଟର ଯିବା ପୂର୍ବରୁ ପରାଗ ଟ୍ବିଟର କର୍ମଚାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଡିଲ୍ ଶେଷ ନହେବା ପର୍ୟ୍ୟନ୍ତ ମୁଁ ଟ୍ବିଟରର ସିଇଓ ରହିବି। ହେଲେ କମ୍ପାନି ମସ୍କଙ୍କ ହାତକୁ ଯିବା ପରେ କ’ଣ ହେବ, ସେ ବିଷୟରେ ପରାଗ କୌଣସି ପ୍ରତିକ୍ରିୟା ଦେଇନଥିଲେ। ତେବେ ଆଗକୁ କିଏ ଟ୍ବିଟରର ସିଇଓ ହେବ ସେ ନେଇ ଏବେ ବି ଦ୍ବନ୍ଦ୍ବ ଲାଗିରହିଛି।

Related Posts