ଆସନ୍ତା ୩୦ ରୁ ୪୦ ବର୍ଷ ବିଜେପିର ହେବ ଏବଂ ଭାରତ ‘ବିଶ୍ୱଗୁରୁ’ ହେବ: ଅମିତ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ରାଜନୈତିକ ସଂକଳ୍ପ ଉପରେ ଆଲୋଚନା କରାଯାଇଛି । ଏହା ମଧ୍ୟରେ ଅମିତ ଶାହାଙ୍କ ବଡ ବୟାନ ସାମ୍ନାକୁ ଆସିଛି। ତେବେ କଂଗ୍ରେସ ଦଳରେ କିଛି କର୍ମୀ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଛନ୍ତି । କିନ୍ତୁ ଭୟଭୀତ ହୋଇ ଦଳର ଅଧ୍ୟକ୍ଷ ଚୟନ କରୁନାହାଁନ୍ତି। କଂଗ୍ରେସରେ ‘ମୋଦୀ ଫୋବିଆ’ ରହିଛି। ସେମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।ଶାହା ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ୩୦ ରୁ ୪୦ ବର୍ଷ ବିଜେପିର ହେବ ଏବଂ ଭାରତ ‘ବିଶ୍ୱଗୁରୁ’ ହେବ।

ଶାହା କହିଛନ୍ତି ଯେ ଆଜି କଂଗ୍ରେସ ହତାଶ ଓ ନିରାଶାରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ କଲ୍ୟାଣକାରୀ ଯୋଜନାକୁ ବିରୋଧ କରୁଛି | ସର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ଏୟାର ଷ୍ଟ୍ରାଇକ୍ ହେଉ, କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେଉ କିମ୍ବା କରୋନାଭାଇରସ୍ ଟିକାକରଣ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରୁଛି ବୋଲି ଅମିତ ଶାହା କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts