୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କା ବଜେଟ ଅନୁମୋଦନ କଲା ଓଡ଼ିଶା କ୍ୟାବିନେଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କା ବଜେଟ ଅନୁମୋଦନ କଲା ଓଡ଼ିଶା କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ବଜେଟକୁ ଅନୁମୋଦନ ଦେଇଛି। ସେପଟେ ଆସନ୍ତା ୩୦ରେ ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଆଲୋଚନା ପରେ ମେ ୩୧ ରେ ବଜେଟ୍ ଅନୁମୋଦନ ହେବ। ଅନ୍ୟପଟେ ପ୍ରାୟ ତିନିମାସ ପରେ ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନରେ ନିୟମିତ ବଜେଟ୍ ଉପସ୍ଥାପିତ ହେବ ।

ରାଜ୍ୟରେ ନିର୍ବାଚନ ହେତୁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଦୃଷ୍ଟିରୁ ଓଡ଼ିଶା ସରକାର ନିୟମିତ ବଜେଟ୍ ପରିବର୍ତ୍ତେ ଏକ କାମଚଳା ବଜେଟ ଆଗତ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ଆଗତ ହେବ । ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକ୍ରିୟାରେ ଯୋଗ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts