ଭାରତୀୟ ପାଣିପାଗ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ । ଆଇଏମଡି ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ହ୍ୟାକର ସେଥିରେ ଏନଏଫଟି ବ୍ୟବସାୟିକ କାର‌୍ୟ୍ୟକ୍ରମର ପ୍ରଚାର କରାଇଥିବା ଦେଖିବାକୁ ମିଳିଛି । ଏହି ଟ୍ୱିଟ ସହ ଅନେକଗୁଡ଼ିକ ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଆଇଏମଡି ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ‘ଆଇଏମଡି ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲକୁ କେହି ହ୍ୟାକ୍ କରିନେଇଛନ୍ତି ।

ଏହାକୁ ଠିକ୍ କରିବାକୁ ଉଦ୍ୟମ ଜାରି ରହିଛି । ସେପଟେ ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଭାରତୀୟ ପାଣିପାଗ ବିଭାଗ ଟ୍ୱିଟର ହ୍ୟାଣ୍ଡେଲ ବେଶ୍ ସକ୍ରିୟ ରହିଥାଏ । ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନକୁ ନେଇ ଆଇଏମଡିର ଆକଳନ ବେଶ୍ ସଠିକ୍ ରହୁଥିବାରୁ ଏଥିପ୍ରତି ଅଧିକ ଲୋକ ଭରସା କରିଥାନ୍ତି । ଏହା ମଧ୍ୟରେ ହ୍ୟାକ ହେବାର ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts