
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶରେ କରୋନାରେ ବେଡ, ଅକ୍ସିଜେନ୍ ଓ ଔଷଧ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି । ଅନେକ ଲୋକ ବେଡ୍ ଅଭାବରୁ ନିଜର ପରିଜନଙ୍କୁ ହରାଉଛନ୍ତି। ଏମିତି ଏକ ବ୍ୟକ୍ତି ହେଉଛନ୍ତି ଗୁଜରାଟର ଅହମଦାବାଦର ବିଜୟ ପାରିଖ। ବେଡ୍ ନମିଳିବାରୁ ନିଜ ମା’ଙ୍କୁ ହରାଇଛନ୍ତି। ବିଜୟ ନିଜର ମା’ଙ୍କ ମୃତ୍ୟୁରେ ଦୁଃଖୀ ହୋଇ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । କରୋନା ଯୁଦ୍ଧରେ ରୋଗୀ ମାନଙ୍କ ସହାୟତା ପାଇଁ ପିଏମ କେୟାରରେ ୨ ଲକ୍ଷ ୫୧ ହଜାର ଟଙ୍କା ଦାନ କରିଥିଲେ ।
କିନ୍ତୁ ତାଙ୍କ କରୋନା ଆକ୍ରାନ୍ତ ମା’ କୁ ମେଡିକାଲରେ ବେଡ ନମିଳିବାରୁ ହରାଇଥିବା ହେତୁ ଏକ କୋହଭରା ଟ୍ବିଟ୍ କରିଛନ୍ତି । ଜୁଲାଇ ୨୦୨୦ରେ, ଦେଶ ଯେତେବେଳ ପ୍ରଥମ ଲହରର ମୁକାବିଲା କରୁଥିଲା ପାରିକ୍ ପିଏମ୍ କେୟାର ଫଣ୍ଡ୍ କୁ ୨ ଲକ୍ଷ ୫୧ ହଜାର ଟଙ୍କା ଦାନ କରିଥିଲେ। ସେ ଏହାର ଏକ ସ୍କ୍ରିନସଟ୍ ସହ ତାଙ୍କ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ଅଢେଇ ଲକ୍ଷ ଟଙ୍କା ଦାନ କରିବା ପରେ ମା’ଙ୍କ ଚିକିତ୍ସା ପାଇଁ ବେଡ୍ ମିଳିଲାନାହିଁ । ଦୟାକରି ମୋତେ କୁହନ୍ତୁ ଯେ ତୃତୀୟ ଲହରରେ ବେଡ ପାଇଁ ଆଉ କେତେ ଦାନ ଦେବାକୁ ପଡିବ । କାହିଁକି ନା ମୁଁ ଆଉ ଅନ୍ୟ ପ୍ରିୟଜନଙ୍କୁ ହରାଇବାକୁ ଚାହୁଁନି ।’ ବିଜୟ ଏହି ଟ୍ବିଟ୍ ରେ ପିଏମଓ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆରଏସଏସ ଏବଂ ସ୍ମୃତି ଇରାନୀଙ୍କୁ ଟ୍ୟାଗ କରିଛନ୍ତି। ଏହି ଟ୍ବିଟ୍ ଏବେ ଖୁବ୍ ଭାଇରାଲ୍ ହେଉଛି ।