ତାମିଲନାଡ଼ୁରେ ମହିଳାଙ୍କର ଅଭିନବ ପ୍ରୟାସ, ଅକ୍ସିଜେନ ଅଟୋ ଚଳାଇ ବଞ୍ଚାଉଛନ୍ତି ଲୋକଙ୍କ ଜୀବନ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ କରୋନାରେ ସଂକ୍ରମିତ ହେଉଛନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଏବଂ ଅକ୍ସି ଜେନ ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ତେବେ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏନଜିଓ ନିର୍ଦ୍ଦେଶକ ସୀତା ଦେବୀ । ସେ ଅକ୍ସିଜେନର ଅଭାବକୁ ଦୂର କରିବା ପାଇଁ ଅମ୍ଳଜାନ ଅଟୋ ଚଳାଉଛନ୍ତି। ଏହି ଅଟୋଟିକୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲ ବାହାରେ ଏକ ‘ଅମ୍ଳଜାନ ଅଟୋ’ ଚଳାଉଛନ୍ତି।

ସେ ମୁଖ୍ୟତଃ ତାମିଲନାଡୁ ଓ ଚେନ୍ନାଇର ଲୋକମାନଙ୍କୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି। ସବୁଠାରୁ ରୋଚକ କଥାଟି ହେଉଛି ସେ ଏପରି କରି ପାଖ ପାଖି ୩୦୦ ଜୀବନ ରକ୍ଷା କରିଛନ୍ତି । ଅନ୍ୟପଟେ ତାଙ୍କର ଏପରି କରିବାର ପଛରେ ରହିଛି ବଡ଼ କାରଣ । ଅକ୍ସିଜେନ ଅଭାବ ଫଳରେ ସୀତା ଦେବୀଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା । ବାସ ଏହା ପରେ ସେ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନକୁ ବଞ୍ଚାଇବାର ଚିନ୍ତା କରିଥିଲେ । ତେବେ ମେ 6 ତାରିଖରେ ସେ ଏହି ସେବା ଆରମ୍ଭ କରିଥିଲେ । ଏବଂ ସମସ୍ତେ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ, ବର୍ତ୍ତମାନ ପର୍ଯ୍ୟନ୍ତ ସୀତା ଦେବୀ 300 ରୁ ଅଧିକ ଜୀବନ ରକ୍ଷା କରିସାରିଛନ୍ତି । ବାସ୍ତବରେ ସାରା ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଥିବା ବେଳେ ସୀତା ଦେବୀଙ୍କ ଏପରି କାର୍ଯ୍ୟ ବେଶ୍ ପ୍ରଶଂସନୀୟ ।

Related Posts