ଭୁବନେଶ୍ୱର,୧୪/୧୨(ସତ୍ୟପାଠ ବ୍ୟୁରୋ): ଆଜି ଲୋକସେବା ଭବନ ଆଗରେ ଫିନାଇଲ ପିିଇ ଜଣେ ୭୫ ବର୍ଷୀୟ ବୃଦ୍ଧ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବୃଦ୍ଧ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ରବୀନ୍ଦ୍ର ମୋହନ ଦାସ । ସେ ଭୁବନେଶ୍ୱର କଳିଙ୍ଗ ବିହାରରେ ରହୁଛନ୍ତି । ତାଙ୍କର ଏକ ପାର୍ଲର ରହିଛି । ଯାହାପାଇଁ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପାର୍ଲର କର୍ମୀ ଅଜୟ ବାରିକ, ରଂଜନ ବାରିକ ଓ ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ତାଙ୍କର ଏହି ପାର୍ଲରକୁ ଜୋର୍ ଜବରଦସ୍ତ ନେବା ପାଇଁ ଚେଷ୍ଟା କରୁଛନ୍ତି ।

ଏନେଇ ସେ ତମାଣ୍ଡୋ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ ୩ ଜଣ ତାଙ୍କୁ ବାରମ୍ବାର ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।