ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଆରମ୍ଭ ହେଲା ପ୍ରି-ବଜେଟ୍ ପରାମର୍ଶ ବୈଠକ। ଭୁବନେଶ୍ଵରସ୍ଥିତ ରାଜ୍ୟ ଅତିଥି ଭବନରେ ଏହି ବୈଠକ ବସିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ସଚିବ ଓ ଅଧତ୍କାରୀ ଉପସ୍ଥିତ ଅଛନ୍ତି। ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି।
ସୂଚନାନୁଯାୟୀ, ଆସନ୍ତା ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆସିପାରେ। ବଜେଟ୍ରେ କିଛି ବଡ ଓ ନୂଆ ସ୍କିମ୍ ରାଜ୍ୟ ସରକାର ଆଣିପାରନ୍ତି। ଏହା ପୂର୍ବରୁ ଆଜି ରାଜ୍ୟ ଅତିଥି ଭବନରେ ପ୍ରି-ବଜେଟ୍ ପରାମର୍ଶ ବୈଠକ ବସିଛି। ଦୁଇଟି ପର୍ଯ୍ୟାୟରେ ବୈଠକ ବସିବ ବୋଲି ଜଣା ପଡିଛି। ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ଅର୍ଥ ବିଭାଗର ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ସଚିବ ଓ ଅଧତ୍କାରୀ, ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନେ ଉପସ୍ଥିତ ଅଛନ୍ତି।
