ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବର ବିଜେଡି ସରକାରଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ଓୟୁଏଟି ପରିସରରେ ଆୟୋଜିତ ନୂଆବର୍ଷ ସମାରୋହରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମକୁ ନେଇ ବିଜେଡି ରାଜନୀତି କରୁଥିବା କହି ସେ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଛନ୍ତି । ପୂର୍ବ ସରକାର କେବଳ ଭୋଟ୍ ହାତେଇବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବ୍ୟବହାର କରିଥିଲେ ।ଧର୍ମ ଏବଂ ଆସ୍ଥାକୁ ନେଇ ସେମାନେ ରାଜନୀତି କରିବାକୁ ପଛାଇ ନଥିଲେ । ପୂର୍ବ ସରକାର ସମୟରେ ଜଗନ୍ନାଥଙ୍କର ୬ ଇଞ୍ଚର ଫଟୋ ରହୁଥିବା ବେଳେ ନେତାଙ୍କର ୬ ଫୁଟର ଫଟୋ ଲଗାଯାଇ ପ୍ରଚାର କରାଯାଉଥିଲା ବୋଲି କହିବା ସହ କଟାକ୍ଷ କରିଛନ୍ତି ମୋହନ ମାଝୀ । ଓଡ଼ିଆ ଅସ୍ମିତା ଏବଂ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପୁନର୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।
