ଆସନ୍ତା କାଲି ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆଜି ମୃତ୍ୟୁ ହୋଇଛି ।ଦେହାନ୍ତ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି | ସିଞ୍ଜୋ ଆବେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ “ସିଞ୍ଜୋ ଆବେ ମୋର ପ୍ରିୟ ବନ୍ଧୁ ଥିଲେ ଏବଂ ମୋର ଅନେକ ବର୍ଷ ଧରି ତାଙ୍କ ସହ ସମ୍ପର୍କ ଥିଲା। ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ତାଙ୍କୁ ଜାଣିଥିଲି।”


ମୋଦି ତାଙ୍କ ଟ୍ୱିଟରେ ଜୁଲାଇ ୯ରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆବେଙ୍କ ସହ ମୋର ବନ୍ଧୁତା ବହୁ ବର୍ଷ ପୁରୁଣା ଥିଲା ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଆମର ବନ୍ଧୁତା ଜାରି ରହିଥିଲା। ଅର୍ଥନୀତି ଏବଂ ବିଶ୍ୱ ବ୍ୟାପାର ଉପରେ ତାଙ୍କର ବିଚକ୍ଷଣ ଦୃଷ୍ଟି ମୋ ଉପରେ ସବୁବେଳେ ଏକ ଗଭୀର ପ୍ରଭାବ ପକାଇଥିଲା | ଆଜି ସମଗ୍ର ଭାରତ ଜାପାନ ର ଭାଇ ଓ ଭଉଣୀମାନଙ୍କ ସାଙ୍ଗରେ ଅଛି।

Related Posts