
ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଶୁକ୍ରବାର ଦିନ କହିଛନ୍ତି ଯେ ନୁପୁର ଶର୍ମା, ଉଦୟପୁର ଏବଂ ଅମ୍ରାବତୀ ହତ୍ୟା ପାଇଁ ଦିଆଯାଇଥିବା ବିବୃତ୍ତି ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଏବଂ ଭୋଟ୍ ପାଇବା ପାଇଁ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଯଶବନ୍ତ ସିହ୍ନା ଶୁକ୍ରବାର ଦିନ ଗୁଜରାଟର ବିଧାନସଭା ଗସ୍ତରେ ଯାଇ କଂଗ୍ରେସ ଏବଂ ରାଜ୍ୟ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି।
ବୈଠକ ପରେ ଯଶବନ୍ତ ସିହ୍ନା କହିଛନ୍ତି, “ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହା ଏକ ବହୁତ ଯୋଜନାବଦ୍ଧ ଷଡଯନ୍ତ୍ର। କେବଳ ଭୋଟ୍ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କରନ୍ତି। ଉଦୟପୁରରେ ଏଭଳି ବଡ ଘଟଣା ଘଟିଗଲା ଏବଂ ଅମ୍ରାବତୀ ରେ ମଧ୍ୟ କିନ୍ତୁ ଏପର୍ଯ୍ୟନ୍ତ ସରକାର ଗୋଟିଏ ବି ବିବୃତ୍ତି ଦେଇନାହାଁନ୍ତି। “
ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତ ରେ ସିହ୍ନା କହିଛନ୍ତି, “ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ରବର ଷ୍ଟାମ୍ପ ରାଷ୍ଟ୍ରପତି ସେଠାରେ ବସନ୍ତି, ତେବେ କିଛି ପରିବର୍ତ୍ତନ ହେବ ନାହିଁ। ସେମାନେ କେଉଁ ଜାତିରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ କେଉଁ ଆଦର୍ଶର ପ୍ରତିନିଧିତ୍ୱ କରୁଛୁ ତାହା ଗୁରୁତ୍ୱପୂର୍ଣ୍ଣ।”
ଜୁଲାଇ ୧୭ ରେ ରାଷ୍ଟ୍ରପତି ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଫଳାଫଳ ଜୁଲାଇ ୨୧ ରେ ଘୋଷଣା ହେବ ।