ପିଲାବେଳେ ସ୍କୁଲ୍‌ରେ ପାଠ ପଢ଼ାଇଥିବା ଶିକ୍ଷକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଦିନିକିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଥିବା ବେଳେ, ନିଜ ସ୍କୁଲ ଶିକ୍ଷକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ଭଡନଗର ନବସାରୀ ଠାରେ ଯାଇ ପିଲାବେଳେ ସ୍କୁଲ୍‌ରେ ପାଠ ପଢ଼ାଇଥିବା ଶିକ୍ଷକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ।

ରାଜ୍ୟରେ ରହି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ସମୟରେ ମୋଦୀ ପିଲାଦିନର ସ୍କୁଲ୍ ଶିକ୍ଷକଙ୍କୁ ଭେଟି ତାଙ୍କୁ ଠାରୁ ଆଶୀର୍ବାଦ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ‘ଗୁଜୁରାଟ ଗୌରବ ଅଭିଯାନ’ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ କେତେକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହଖୁଦଭେଲ ଓ ଆଦିବାସୀ ଅଧ୍ୟୁଷିତ ନଭସାରୀ ଅଞ୍ଚଳର ୩,୦୫୦ ଟଙ୍କାର ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଯେଉଁଥିରେ ତାପି, ନଭସାରୀ ଓ ସୁରତ ଜିଲ୍ଲାର ୧୩ ଜଳ ପ୍ରକଳ୍ପ, ମେଡିକାଲ କଲେଜ, ମଧୁବନ ଡ୍ୟାମ୍, ନଳ ସେ ଜଳ ପ୍ରୋଜେକ୍ଟ ଆଦି ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦୀ ।

Related Posts