ମୋଦିଙ୍କୁ ଭେଟିଲେ ଜାପାନ ପ୍ରଧାନମନ୍ତ୍ରୀ; ବଡ଼ ନିବେଶର ହୋଇପାରେ ଘୋଷଣା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦିଙ୍କୁ ଭେଟିଲେ ଜାପାନ ପ୍ରଧାନମନ୍ତ୍ରୀ । ୧୪ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ। ତେବେ ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଭାରତରେ ୪୨ ବିଲିୟନ ଡଲାର ନିବେଶର ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିବା ଫୁମିଓ ନିଜର ଭାରତୀୟ ସମକକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଭେଟିଛନ୍ତି। ଦୁଇ ନେତାଙ୍କ ବୈଠକରେ ରୁଷ-ୟୁକ୍ରେନ ଏବଂ ଚୀନ ପ୍ରସଙ୍ଗ ଉଠାଇପାରନ୍ତି ।

ସାଢେ ତିନି ବର୍ଷରେ ପ୍ରଥମ ଥର ଦୁଇ ଦେଶର ରାଷ୍ଟ୍ରନେତାଙ୍କ ମଧ୍ୟରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଜାପାନାର ନ୍ୟୁଜ୍ ଏଜେନ୍ସି ନିକେଇ ଅନୁସାରେ କିଶିଦା ଭାରତରେ ୪୨ ବିଲିୟନ ଡଲାରର ପାଞ୍ଚ ବର୍ଷିୟ ଯୋଜନାର ଘୋଷଣା କରିପାରନ୍ତି । ରିପୋର୍ଟ ଅନୁସାରେ, କିଶିଦା ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସକ୍ଷାତକାର ସମୟରେ ୨.୫ ବିଲିୟନ ଡଲାର ଋଣକୁ ମଧ୍ୟ ମଞ୍ଜୁରୀ ଦେଇପାରନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ମଧ୍ୟରେ ଭାରତରେ ୨୯.୩୫ ବିଲିୟନ ଡଲାର ନିବେଶ ଉପରେ ସହମତି ପ୍ରକାଶ ପାଇଥିଲା। କିଶିଦା ଏହି ରାଶିକୁ ବଢାଇ ୪୧.୯୪ ବିଲିୟନ ଡଲାର କରିପାରନ୍ତି।

Related Posts