ଏପ୍ରିଲ ୧ରୁ ୩ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୧ରୁ ୩ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ବୟାନ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନିଜ ପତ୍ନୀଙ୍କ ଏପ୍ରିଲ ୧ରୁ ୩ ଯାଏଁ ସରକାରୀ ଗସ୍ତରେ ଭାରତ ଆସିବେ। ୨୦୨୧ ଜୁଲାଇରେ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।

ବିଦେଶ ମନ୍ତ୍ରଣାଳୟର ବୟାନ ଅନୁସାରେ, ଜୁଲାଇ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିବା ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା ହେବ। ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ସହ ଏହି ଯାତ୍ରାରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାର କାର୍ୟ୍ୟକ୍ରମ ରହିଛି । ଏପ୍ରିଲ ୨ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସହ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି । ସେହିପରି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସକ୍ଷାତକାର କାର୍ୟ୍ୟକ୍ରମ ରହିଛି ।

Related Posts