ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ନିଜ ମନ୍ତ୍ରୀ ମାନଙ୍କର ବିଦ୍ରୋହ ପରେ ଶେଷରେ ନିଜ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ଦି ଗାର୍ଡିଆନ୍ ସୂଚନା ଦେଇଛି ।
ବିଟେନରେ ଜାରି ରହିଥିବା ରାଜନୈତିକ ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି । ବୋରିସଙ୍କ ବିରୋଧରେ ତାଙ୍କ ମନ୍ତ୍ରୀମଣ୍ଡଳର ୪୦ ଜଣ ମନ୍ତ୍ରୀ ବିଦ୍ରୋହ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବିରୋଧୀ ଲେବର ପାର୍ଟି ତାଙ୍କ ଇସ୍ତଫା ଦାବି କରି ଚାରିଆଡେ ପ୍ରଦର୍ଶନ କରୁଥିଲେ ।
ସୂଚନା ଥାଉ କି ବୋରିସଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ତ୍ରୁଷି ସୁନକ ପ୍ରଥମେ ଇସ୍ତଫା ଦେଇଥିଲେ । ଏହାପରେ ଧୀରେ ଧୀରେ ଜଣେ ପାରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାରେ ଲାଗିଥିଲେ ।


କ୍ରିସ ପିଞ୍ଚ ଙ୍କୁ ଜନସନ ଦଳର ଉପମୁଖ୍ୟ ହ୍ୱିପ୍ ଭାବେ ନିଯୁକ୍ତ କରିଥିଲେ ଓ ସେତେବେଳେ ବ୍ରିଟିଶ ଗଣମାଧ୍ୟମ ପିଞ୍ଚଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ରହିଛି ବୋଲି ପ୍ରକାଶ କରିଥିଲା ।ଏହି ଅଭିଯୋଗ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ କ୍ରିସ ପିଞ୍ଚ । ହେଲେ ବୋରିସଙ୍କ ପାର୍ଟିର ନେତା ଓ ମନ୍ତ୍ରୀମାନେ ଅଭିଯୋଗ କରିଥିଲେ କି ଏଭଳି ଅଭିଯୋଗ ବାବଦରେ ବୋରିସ ପୂର୍ବରୁ ଜାଣିଥିଲେ ଓ ଏହି ଘଟଣା କୁ ନେଇ ଜଣେ ପାରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ଆଜି ନିଜେ ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ନେଇ ସାରା ଦେଶ କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।