ମୁଁ ମଧ୍ୟ ଶୀଘ୍ର ବିବାହ କରିବି: ରାଘବ ଚଢ଼ା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଙ୍କ ବିବାହ ଉତ୍ସବ ରେ ଯୋଗ ଦେଇଥିବା ଆପ ରାଜ୍ୟସଭା ସାଂସଦ ରାଘବ ଚଢ଼ା କହିଛନ୍ତି । ମୁଁ ବିବାହ ର ଆୟୋଜକ ଥିଲି ଦୀର୍ଘ ଦିନ ପରେ ମାନ ପରିବାର ପାଇଁ ଏକ ଖୁସି ର ମୂହୁର୍ତ୍ତ ଆସିଛି ଓ ଏହି ବିବାହ ଉତ୍ସବରେ ସବୁଠାରୁ ବେଶୀ ଖୁସି ମାନ ଙ୍କ ମା ଥିବା ଚଢ଼ା କହିଛନ୍ତି। ଶ୍ରୀ ମାନ ଙ୍କୁ ନିଜ ବଡ଼ ଭାଇ ସମ୍ବୋଧିତ କରି କହିଛନ୍ତି ମାନ ଙ୍କୁ ବହୁତ୍ ଖୁସି ଦେଖିବା ମୋ ପାଇଁ ଭାବପ୍ରବଣ ମୁହୂର୍ତ୍ତ ଥିଲା।

୩୩ ବର୍ଷୀୟ ଚଢ଼ା ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ମତେ ସମସ୍ତେ ପଚାରୁଛନ୍ତି ଯେ ମୁଁ କେବେ ବିବାହ କରିବି ” ମୁ ମଧ୍ୟ ଶୀଘ୍ର ବିବାହ କରିବି ” ବୋଲି ଶ୍ରୀ ଚଢ଼ା ଉତ୍ତର ରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ରେ ଅନୁଷ୍ଠିତ ଏହି ବିବାହ ଉତ୍ସବ ରେ ସମସ୍ତ ପରିବାର ସଦସ୍ୟ ଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହୋଇଥିଲେ।
ଚାରିମାସ ତଳେ ପଞ୍ଜାବ ରେ ୧୧୭ ସିଟ ରୁ ୯୨ ଟି ଜିତି ଆପ ସରକାର କୁ ଆସିଥିଲେ ଓ ମାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପଞ୍ଜାବ ରେ ଆପ ସରକାର ଆସିବା ପାରେ ରାଘବ ଦିଲ୍ଲୀ ବିଧାନ ସଭାର ସଦସ୍ୟ ପଦ ରୁ ଇସ୍ତଫା ଦେଇ ପଞ୍ଜାବ ରୁ ରାଜ୍ୟସଭା ଯାଇଥିଲେ।

Related Posts