ଗୁଜୁରାଟ ରେ ବନ୍ୟା ପରିସ୍ଥିତି, ସହଯୋଗ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ।

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ସାରା ଦେଶରେ ମୌସୁମୀ ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା। ବର୍ଷା ପାଇଁ ଦେଶର ବିଭିନ୍ନ ସ୍ଥାନ ରେ ବନ୍ୟା ପରିସ୍ଥିତି ଉପୁଜିଛି। ଗୁଜୁରାଟର ନାଭସାରୀ ଏବଂ ଭାଲସାଡ ବନ୍ୟା ପରିସ୍ଥିତି ଯୋଗୁ ୭୦୦ ରୁ ଅଧିକ ଲୋକଙ୍କୁ ଗତକାଲି ସୁଦ୍ଧା ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁଜୁରାଟ ର ବନ୍ୟା ପରିସ୍ଥିତି ବିଗୁଡୁଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଙ୍କ ସହ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଥିବା ଖବର ସାମ୍ନାକୁ ଆସିଛି।

ବନ୍ୟାରେ ପ୍ରପୀଡ଼ିତ ଲୋକଙ୍କ ସହାୟତା ପାଇଁ କେନ୍ଦ୍ରସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

Related Posts